ଦିଦିଙ୍କ ଗଡ଼ରେ ମୋଦିଙ୍କ ହାଇଟେକ୍‌ ପ୍ରଚାର

March 24, 2021, ଦେଶ, , Anupambharat News Bureau


ଦିଦିଙ୍କ ଗଡ଼ରେ ମୋଦିଙ୍କ ହାଇଟେକ୍‌ ପ୍ରଚାର
Anupambharat News Bureau
March 24, 2021


କୋଲକାତା: ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଜମିଛି ପ୍ରଚାର । ଦିଦି ଗଡରେ ନିଜର ଜିତାପଟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାନ୍ଥିରେ ହାଇଟେକ୍‌ ପ୍ରଚାର ସମୟରେ ସଭାରେ ବଙ୍ଗବାସୀଙ୍କୁ ସମ୍‌େୱାଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ନିର୍ବାଚନୀ ସଭାରେ ସେ ମମତାଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଦିଦି କେନ୍ଦ୍ରର ସବୁ ଅନୁଦାନ କୁଆଡେ ଗଲା ? ଅମ୍ପାନ କ୍ଷତିପୂରଣ ବାବଦକୁ ମିଳିଥିବା ଟଙ୍କା କିଏ ନେଲା ? ବଙ୍ଗବାସୀ ଏଥିରୁ ସ୍ପଷ୍ଟ ବୁଝିପାରଥିବେ ପ୍ରକୃତରେ ଖେଲ୍‌ ହେଉଛି । ଶାନ୍ତିର ବାର୍ତ୍ତା ଦେଉଥିବା ମମତା ଦିଦିଙ୍କ ରାଜ୍ୟ ଏବେ ଅଶାନ୍ତ ହେବାରେ ଲାଗିଛି । ଏମିତିକି ଲୋକଙ୍କ ଘର ଉଜୁଡିବାରେ ବି ଲାଗିଛି । ହେଲେ ଦିଦି ସାହାଯ୍ୟ ତ ଦୂରର କଥା ସାମ୍ନାକୁ ବି ଆସୁନାହାଁନ୍ତି । ବହୁତ ହୋଇଗଲା ଏପରି ସ୍ଥିତିକୁ ପରିବର୍ତ୍ତନ କରିବେ ବିଜେପି, ବଙ୍ଗକୁ ଶାନ୍ତି ଓ ସ୍ଥିରତା ଦରକାର । ଯେଉଁ ରାଜ୍ୟ ପୂରା ଦେଶକୁ ବନ୍ଦେ ମାତରମ ସହ ଯୋଡି ରଖିଥିଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପର ନଜରରେ ଦେଖୁଛନ୍ତି । ଏଥର ଲୋକେ ବିଜେପିକୁ ଭୋଟ୍‌ ଦେବେ । ନିଶ୍ଚୟ ଲୋକ ଡବଲ ଇଞ୍ଜିନକୁ ସମର୍ଥନ କରିବେ । ଏଠାରେ ବିଜେପି ସରକାର ଗଢିଲେ ଚାଷୀ ଭାଇଙ୍କୁ ସମ୍ମାନ ନିଧିର ବକେୟା ରାଶି ସବୁ ଦିଆଯିବ ବୋଲି ମୋଦି କହିଛନ୍ତି । ମେ ୨ ପରେ ବଙ୍ଗର ବିକାଶରେ ଛିଡା ହେଉଥିବା ପାଚେରୀ ଭାଙ୍ଗିଯିବ । ଲୋକଙ୍କ ଆଗରେ ସବୁ କିଛି ସ୍ପଷ୍ଟ ହୋଇଯିବ । ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ରାଲି ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚରେ ଉପସ୍ଥିତ ଥିବା ଜଣେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ବଦଳରେ ସେ ବି ତାଙ୍କ ପାଦ ଛୁଇଁଥିଲେଛ ବିଜେପି ନିଜ ଟୁଇଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି ଓ ଏହାକୁ ସଂସ୍କାର ବୋଲି କହିଛି । ବିଜେପି ଟୁଇଟ୍‌୍‌ କରି ଲେଖିଛି, ବିଜେପି ଏମିତି ଏକ ସୁସଂସ୍କୃତ ସଂଗଠନ ଯେଉଁଠାରେ କାର୍ଯ୍ୟକର୍ତ୍ତା ପରସ୍ପର ପ୍ରତି ସମାନ ସଂସ୍କାର ଭାବ ରଖନ୍ତି । ବୁଧବାର ଦିନ ମୋଦି ବଙ୍ଗଳାର କାନ୍ଥିରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ସମସ୍ତ ସ୍ଥାନୀୟ ନେତାଙ୍କ ସହ ମୋଦି ମଞ୍ଚ ଉପରେ ବସିଥିଲେ । ମଞ୍ଚରେ ଉପସ୍ଥିତ ଜଣେ ନେତା ଆଗକୁ ଆସି ମୋଦିଙ୍କ ପାଦ ଛୁଇଁଥିଲେ । ଏହାପରେ ମୋଦି ମଧ୍ୟ ତାଙ୍କ ପାଦ ଛୁଇଁ ଅଭିବାଦନ କରିଥିଲେ । ତେବେ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଷ୍ଟିସ୍‌ ଏନ.ଭି ରମନ୍ନା ହୋଇପାରନ୍ତି ପରବର୍ତ୍ତି ମୁଖ୍ୟ ବିଚାରପତି

ଜଷ୍ଟିସ୍‌ ଏନ.ଭି ରମନ୍ନା ହୋଇପାରନ୍ତି ପରବର୍ତ୍ତି ମୁଖ୍ୟ ବିଚାରପତି

Read More...

ବସ୍‌ ଉଡ଼ାଇଲେ ମାଓବାଦୀ ପାଞ୍ଚ ଯବାନ ସହିଦ

ବସ୍‌ ଉଡ଼ାଇଲେ ମାଓବାଦୀ ପାଞ୍ଚ ଯବାନ ସହିଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page