ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ

March 26, 2021, ଦେଶ, , Anupambharat News Bureau


ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ
Anupambharat News Bureau
March 26, 2021

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ବିଦେଶ ଗସ୍ତ ବନ୍ଦ କରିଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଂଲାଦେଶରେ ପହଞ୍ଚିଛନ୍ତି । ଦୀର୍ଘ ୧୫ ମାସ ପରେ ମୋଦି ପ୍ରଥମଥର ପାଇଁ ବିଦେଶ ଯାତ୍ରା କରିଛନ୍ତି ।
ଶେଷଥର ପାଇଁ ସେ ୨୦୧୯ ନଭେମ୍ବର ମାସରେ ବିଦେଶ ଗସ୍ତ କରିଥିଲେ । ଏହି ସମୟରେ ସେ ବ୍ରାଜିଲ ଯାଇଥିଲେ । ୨୦୨୦ ମାର୍ଚ୍ଚ ମାସରେ କରୋନା ପାଇଁ ଦେଶରେ ଲକଡାଉନ ଲାଗୁ କରାଯାଇଥିଲା । ଏଥିପାଇଁ ମୋଦି ଆଉ ବିଦେଶ ଗସ୍ତ କରି ନଥିଲେ । ତେବେ ଆଜି ସକାଳ ୭.୪୫ରେ ସେ ବାୟୁସେନାର ସ୍ୱ୍ୱତନ୍ତ୍ର ବିମାନରେ ବାଂଲାଦେଶ ଅଭିମୁଖେ ଉଡ଼ାଣ ଭରିଥିଲେ । ଦିନ ପ୍ରାୟ ୧୦ଟାରେ ସେ ଢାକାରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରେ ଖୋଦ୍‌ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ୱାଗତ କରିଥିଲେ । ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଥିବା ମୋଦି ସେଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସ । ମୋଦି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ୫୦ ବର୍ଷ ତଳେ ଆଜିର ଦିନରେ ପାକିସ୍ତାନ ଠାରୁ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା । ଦୁଇ ଦେଶ ଆଜି ୫୦ ବର୍ଷର ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ପୂରଣ କରୁଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ଏୟାରପୋର୍ଟରୁ ମୋଦି ଜାତୀୟ ସହିଦ ସ୍ମାରକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅପରାହ୍ନରେ ବାଂଲାଦେଶର ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ସେ ଆଲୋଚନା କରିବେ । ବାପୁ ବଙ୍ଗ ବନ୍ଧୁ କାର୍ଯ୍ୟକ୍ରମକୁ ମୋଦି ବାଂଲାଦେଶରେ ଉଦଘାଟନ କରିବେ । ଏଥିସହ ଦୁଇ ଦେଶ ମଧ୍ୟରେ ଏକାଧିକ ଦ୍ୱିପାକ୍ଷିକ ଓ ବାଣିଜ୍ୟିକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହେବାର ଅଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଚାର ଅପେକ୍ଷାରେ ୫ଲକ୍ଷ ମାମଲା:  ନିୁଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

ବିଚାର ଅପେକ୍ଷାରେ ୫ଲକ୍ଷ ମାମଲା: ନିୁଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

Read More...

ନବରଙ୍ଗପୁରକୁ ଫେରିଲା ନାଇଟ କର୍ଫୁ୍ୟ:  ଜିଲ୍ଳାରେ ବରଯାତ୍ରୀ ପ୍ରସେସନ୍‌, ସଭା ମନା

ନବରଙ୍ଗପୁରକୁ ଫେରିଲା ନାଇଟ କର୍ଫୁ୍ୟ: ଜିଲ୍ଳାରେ ବରଯାତ୍ରୀ ପ୍ରସେସନ୍‌, ସଭା ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page