ନୂଆଦିଲ୍ଲୀ: ନିକଟରେ ସରକାର ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା ପାଇଁ ନୂତନ ନିୟମ ଲାଗୁ କରିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ସରକାର ଗୋଟିଏ ପଟେ ଅନଲାଇନ୍ ଆବେଦନ ସହିତ ରାଜ୍ୟଗୁଡିକରେ ଆରଟିଓ ସଂଖ୍ୟା ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଟେଷ୍ଟକୁ ଆହୁରି କଡାକଡି କରି ନୂତନ ପାରାମିଟର ଯୋଡି ଦେଇଛନ୍ତି ।
ଫଳରେ ଏବେ ଲାଇସେନ୍ସ ପାଇବା ପାଇଁ ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଏବେ କିଛି ଦିନ ପୂର୍ବେ ଗୃହରେ ନୂତନ ନିୟମ ଏବଂ କେମିତି ରହିବ ପ୍ରକ୍ରିୟା ସଂପର୍କିତ ଏକ ଲିଖିତ ଜବାବରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା ପାଇଁ ଆବେଦକଙ୍କୁ ଅତି କମରେ ୬୯ ପ୍ରତିଶତ ଅଙ୍କ ହାସଲ କରିବାକୁ ପଡିବ । ଏହା ପରେ ଯାଇ ଆଗାମୀ ଟେଷ୍ଟ ପାଇଁ କ୍ାଲିଫାଏ କରିବେ । ଆବେଦକଙ୍କ ପାଖରେ କିଛି ସ୍ୱତନ୍ତ୍ର ଦକ୍ଷତା ଯେମିତି ସୀମିତ ଦୂରତାରେ ଗାଡିକୁ ବାମ-ଡାହାଣ ବୀପରିତ ଦିଗକୁ ବୁଲାଇବା, ସେ ପୁଣି ଠିକ୍ ଭାବେ ଚଲାଇବା ରହିଛି ।