ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ

April 09, 2021, ଦେଶ, , Anupambharat News Bureau


ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ
Anupambharat News Bureau
April 09, 2021


ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ମାମଲା ନିୟମିତ ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧା ପ୍ରଭାବ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସୁସ୍ତାହାର ଉପରେ ପଡୁଛି । କରୋନାକୁ ନେଇ ହୋଇଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ସୁସ୍ଥହାର ହ ୍ରାସ ପାଇଛି । ଅପରପକ୍ଷରେ ଟିକାକରଣ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଦେଶରେ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ସଂକ୍ରମିତଙ୍କ ସଂକ୍ଷତା ୧ କୋଟି ୩୦ ଲକ୍ଷ ୬୦ ହଜାର ୫୪୨ରେ ପହଞ୍ଚିଛି । ଗୋଟିଏ ଦିନରେ ୭୮୦ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୬୪୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୯ ଲକ୍ଷ ୭୯ ହଜାର ୬୦୮ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । କରୋନାକୁ ନେଇ ଉଚ୍ଚ ସ୍ଥରୀୟ ୨୪ତମ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟହାର ହ ୍ରାସ ପାଇଛି । ସେ କହିଛନ୍ତି ଯେ ୧,୧୯,୧୩,୨୯୨ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଦେଶର ସ୍ୱାସ୍ଥ୍ୟହାର ଯାହା ଗତ ୨-୩ ମାସରେ ୯୬-୯୭ ପରାଇସତ ଥିଲା ତାହା ବର୍ତ୍ତମାନ ୯୧.୨୨ ପ୍ରତିଶତ ହୋଇଛି । ସେ କହିଛନ୍ତି ଯେ ଗତ ବୈଠକ ସମୟରେ ଦେଶରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୪୭ ଥିବାବେଳେ ବର୍ତ୍ତମାନ ୧ ଲକ୍ଷ ୬୭ ହଜାର ୬୪୨ ହୋଇଛି । ସେତେବେଳେ ଦିନକୁ ହାରାହାରି ୧୨୩ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବେଳେ ବର୍ତ୍ତମାନ ଦିନକୁ ହାରାହାରି ୭୮୯ ମୃତ୍ୟୁ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ଟିକାକରଣ ବୃଦ୍ଧି ପାଇଛି ।ଗତ ୨୪ ଘଣ୍ଟାରେ ୩୬ ଲକ୍ଷ ୯୧ ହଜାର ୫୧୧ ଜଣଙ୍କ ଟିକାକରଣ ହୋଇଛି । ଗତ ସପ୍ତାହରେ ଗୋଟିଏ ଦିନରେ ୪୩ ଲକ୍ଷ ଟିକା ଦିଆଯାଇଥିଲା । ୮୯ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୫୪ ଲକ୍ଷରୁ ଅଧିକ ସ୍ୱ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ୧୪୯ ଜିଲ୍ଲାରେ ଗତ ୭ ଦିନରେ କରୋନା ମାମଲା ସାମ୍ନାକୁ ଆସିନାହିଁ । ୮ ଜିଲ୍ଲାରେ ଗତ ୧୪ ଦିନରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

Read More...

କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା

କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page