ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ

May 23, 2019, ଓଡ଼ିଶା, , Anupambharat News Bureau


ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ
Anupambharat News Bureau
May 23, 2019

ବ୍ରହ୍ମପୁର,୨୧ା୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁରରେ ବର୍ତ୍ତମାନ ମାଙ୍କଡ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ।
ଗତ କିଛିିଦିନ ଧରି ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଏକ ହନୁମାଙ୍କଡ ବହୁ ସାହି ବାସୀନ୍ଦାଙ୍କୁ କାମୁଡି ଆହତ କରିଛି । ଉପରମେଣ୍ଟ ଛକ, ପାଣ୍ଡବ ନଗର, ମାର୍ଥାପେଟାସାହି, ରାଧାକୃଷ୍ଣ ସାହି, ତୋଟାସାହି, ଗଣେଶ ନଗର, ଲକ୍ଷ୍ମୀନୃସିଂହ ସାହି, ପ୍ରହଲ୍ଲାଦନଗର ଓ ଏହାର ଆଖାପାଖ ଅଞ୍ଚଳରେ ଆତଙ୍କ ଦେଖାଯାଇଥିଲା । ମାଙ୍କଡ ଆକ୍ରମଣରେ ଗୁରୁତର ବ୍ୟକ୍ତିମାନଙ୍କୁ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ମାଙ୍କଡ କାମୁଡାର ଆତଙ୍କ ପରେ ବନ ବିଭାଗ ପକ୍ଷରୁ ବହୁ କର୍ମଚାରୀ ହାତରେ ଜାଲ ଧରି ମାଙ୍କଡକୁ ଧରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ବିଫଳ ହୋଇଛି । ତୁରନ୍ତ ମାଙ୍କଡକୁ କାବୁ କରିବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

Read More...

ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page