କରୋନା ସ୍ଥିତି ଅସମ୍ଭାଳ: ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

April 11, 2021, ଦେଶ, , Anupambharat News Bureau


କରୋନା ସ୍ଥିତି ଅସମ୍ଭାଳ:  ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର
Anupambharat News Bureau
April 11, 2021


ସୁରଟ: କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ସୁରଟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବା ବେଳେ ଶବ ସତ୍କାର ପାଇଁ ଜାଗା କମ୍‌ ପଡ଼ୁଥିବା ଅଭିଯୋଗ ହେଉଛି ।
ଏପରିକି ଶ୍ମଶାନରେ ଭିଡ଼ି ଜମୁଥିବା ଦେଖିବାକୁ ମିଳୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଶୀଘ୍ର ଶବଦାହ ପାଇଁ ଲୋକେ ଟଙ୍କା ଦେଉଛନ୍ତି । ଟଙ୍କା ଦେଇ ଶୀଘ୍ର ଶବଦାହ କରାଇ ଲୋକେ କାମ ସାରିବାକୁ ତତ୍ପରତା ପ୍ରକାଶ କରୁଥିବା ନେଇ ଖବର ମିଳିଛି । ଗୁଜୁରାଟରେ ସବୁଠୁ ଅଧିକ ସଂକ୍ରମଣ ସୁରଟର ବୋଲି ଜଣାପଡ଼ିଛି । କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଇବା ପରେ ୧୨ ଜଣିଆ କେନ୍ଦ୍ରୀୟ ଟିମ୍‌ ସୁରଟ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ସୁରଟ ସହରର ବରାଛା ଅଞ୍ଚଳରେ ଥିବା ଅଶ୍ୱିନିକୁମାର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ପାଇଁ ଟୋକନ ନେବାକୁ ପଡ଼ୁଛି । ଟୋକନ ନେବା ପରେ ଲୋକେ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଟୋକନ ବ୍ୟବସ୍ଥା ଥିବା ସିବେ କିଛି ଲୋକ ଲାଞ୍ଚ ନେଇ ଅନ୍ତିମ ସଂସ୍କାର କରାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଜଣେ ସାମାଜିକ କର୍ମୀ ନିଜର ପରିଜନଙ୍କ ଅନ୍ତିମ ସଂସ୍କାର କରାଇବା ପାଇଁ ସେଠାକୁ ଯାଇଥିଲେ । ସେଠରେ ସେ ଦେଖିଲେ କିଛି ଲୋକ ଟୋକନ ନେଇ ଶବଦାହ କରିବାକୁ ଅପେକ୍ଷା କରିଥିଲେ । କି;ୁ ଗୋଟିଏ ପରିବାର ବିନା ଟୋକନରେ ସେଠାରେ ଥିଲେଛ ସେଠାକର କିଛି କର୍ମଚାରୀ ଜଲଦି ଅନ୍ତିମ ସଂସ୍କାର କରାଇଦେବା ନାଁରେ ଲୋକଙ୍କ ପାଖରୁ ଲାଞ୍ଚ ନେଉଥିବା ନେଇ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି । ୧୫୦୦- ୨୦୦୦ ଟଙ୍କା ଦେଇଦେଲେ ଲୋକଙ୍କୁ ଆଉ ଟୋକନ ନେବାକୁ ପଡ଼ୁନାହିଁ ସେମାନେ ନିଜ କାମ ସାରି ଫେରିଯାଉଥିବା ମଧ୍ୟ ସେ କହିଛନ୍ତି । କରୋନା ସଂକ୍ରମଣ ଯୋଗୁ ସୁରଟରେ ସ୍ଥିତି ବିଗିଡ଼ିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ୁଛି । ତେଣୁ ଶ୍ମଶାନରେ ଏକାସଙ୍ଗେ ୨୫ ଶବ ଦାହ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ପ୍ରଶାସନ ଯୋଜନା କରୁଥିବା ଜଣାପଡ଼ିଛି । କରୋନା ଏବଂ ଅଣ କରୋନା ମୃତକଙ୍କ ଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ୍‌ ଲାଗୁଛି । ରାତିରେ ୨୦ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଅପେକ୍ଷା ସୁରଟରେ ୨୦୨୧ରେ ସ୍ଥିତି ଅଧିକ ଅସମ୍ଭାଳ ହୋଇପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

Read More...

  ଲୋକଙ୍କୁ ପ୍ରତିଶ୍ରୁତିର ହିସାବ ଦେବାକୁ ହେବ: ମୁଖ୍ୟମନ୍ତ୍ରୀ

  ଲୋକଙ୍କୁ ପ୍ରତିଶ୍ରୁତିର ହିସାବ ଦେବାକୁ ହେବ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page