ହାଇଦର ଫେରାର ଘଟଣା କନଷ୍ଟେବଳ ଓ ୱାର୍ଡର ଗିରଫ

April 20, 2021, ଓଡ଼ିଶା, , Anupambharat News Bureau


ହାଇଦର ଫେରାର ଘଟଣା କନଷ୍ଟେବଳ ଓ ୱାର୍ଡର ଗିରଫ
Anupambharat News Bureau
April 20, 2021


କଟକ, ୨ା୪(ଅନୁପମମିଡ଼ିଆ): ହାଇଦର ଏସସିବିରୁ ଫେରାର ହେବା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ ଆଜି କନେଷ୍ଟବଳ ମହମ୍ମଦ ମୈାସିମ(୨୬) ଓ ସମ୍ବଲପୁର ଜେଲ ୱାର୍ଡର ଶିବନାରାୟଣ ନନ୍ଦ(୩୨)କୁ ଗିରଫ କରିଛି । ହାଇଦର ଏସସିବିରେ ଚିକିସିିତ ହେଉଥିବା ସମୟରେ ତା’ ପାଖକୁ ତ ପୁଅ, ପୁତୁରା, ଜ୍ୱାଇଁ ଓ ଅନ୍ୟ ସହଯୋଗୀମାନେ ବାରମ୍ବାର ଆସୁଥିବା ବେଳେ ତାକୁ ଜଗିଥିବା ସୁରକ୍ଷା କର୍ମୀ କର୍ତ୍ତବ୍ୟରେ ଅବହେଳା କରି ଏମାନଙ୍କୁ ପ୍ରୋସିାହନ ଦେବା ଅଭିଯୋଗରେ ପୋଲିସ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ ହାଇଦର ଅଲ୍ଲୀ ୨ଟି କେସରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ଆଜୀବନ କାରାବାସ ଭୋଗୁଥିଲା । ତେବେ ଅସୁସ୍ଥ ହେବାରୁ ଏସସିବିକୁ ଗତ ମାର୍ଚ୍ଚ ୨୩ ତାରିଖରେ ଆସିଥିଲା । ଗତ ୧୦ ତାରିଖରେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଅଚେତ କରି ସେ ଫେରାର ହୋଇଯାଇଥିଲା । କଟକ ପୋଲିସର ଉପଯୁକ୍ତ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାକୁ ତେଲେଙ୍ଗାନାରୁ ଗିରଫ କରାଯାଇପାରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଲ୍‌ ହେଲା ସୋରଡ଼ା ରାସ୍ତା

ସିଲ୍‌ ହେଲା ସୋରଡ଼ା ରାସ୍ତା

Read More...

କରୋନାର ଦ୍ୱିତୀୟ ଲହର ହେତୁ ୱାକ ଆଟ୍‌ ହୋମ୍‌ ପୁନର୍ବାର ଆରମ୍ଭ

କରୋନାର ଦ୍ୱିତୀୟ ଲହର ହେତୁ ୱାକ ଆଟ୍‌ ହୋମ୍‌ ପୁନର୍ବାର ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page