ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

April 24, 2021, ଦେଶ, , Anupambharat News Bureau


ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା
Anupambharat News Bureau
April 24, 2021


ନୂଆଦିଲ୍ଲୀ,୨୪ା୪: ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ନୁଥାଲାପତି ଭେଙ୍କଟ ରମଣା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଭାରତର ପ୍ରଧାନବିଚାରପତି ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ ଏ ବୋବଡେ ଗତକାଲି ଅବସର ଗ୍ରହଣ କରିବା ପରେ ଆଜି ମୁଖ୍ୟ ବିଚାରପତି ଭାବେ ନବନିଯୁକ୍ତ ହୋଇଥିବା ଜଷ୍ଟିସ ଏନ ଭି ରମଣା ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍‌ ଏନ ଭି ରମଣା ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରେ ଶିଳ୍ପ ଓ କୃଷିପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ଶିକ୍ଷାପରେ ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏକ ତେଲୁଗୁ ଖବର କାଗଜରେ ସାମ୍ବାଦିକତା କରୁଥିଲେ । ଏହାପରେ ସେ ଓକିଲାତି ପଢି ପ୍ରଥମେ ୧୯୮୩ ମସିହା ଏପ୍ରିଲ ୧୦ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ପ୍ରାକଫିସ୍‌ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୦ ମସିହା ଜୁନ ୨୭ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ସ୍ଥାୟୀ ଜଜ୍‌ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ଦିଲ୍ଲୀ ହାଇକୋର୍ଟ ଓ ୨୦୧୪ ମସିହା ଫେବୃଆରୀ ୧୭ ତାରିଖରେ ସୁପ୍ରିମକୋର୍ଟର ଜଜ୍‌ ଭାବେ ନିଯୁକ୍ତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୨୬ରୁ କାଳବୈଶାଖୀ

୨୬ରୁ କାଳବୈଶାଖୀ

Read More...

ମଇ ୧୫ ପର୍ଯ୍ୟନ୍ତ  ଜଗା ଦର୍ଶନ ମନା

ମଇ ୧୫ ପର୍ଯ୍ୟନ୍ତ ଜଗା ଦର୍ଶନ ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page