କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

April 26, 2021, ଦେଶ, , Anupambharat News Bureau


କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ
Anupambharat News Bureau
April 26, 2021


ଚେନ୍ନାଇ: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ । ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ମାଦ୍ରାସ ହାଇକୋର୍ଟ ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଛନ୍ତି । କେବଳ ଏତିକି ନୁହେଁ ଅଦାଲତ ତୀବ୍ର ଭର୍ତ୍ସନା କରିବା ସହ ନିର୍ବାଚନ ଆୟୋଗ ବିରୋଧରେ ହତ୍ୟା ମୋକଦ୍ଦମା ଚାଲିବା ଉଚିତ ବୋଲି କହିଛନ୍ତି ।
ଉଚ୍ଚ ନ୍ୟାୟାଳୟ କହିଛନ୍ତି ନିର୍ବାଚନ ଆୟୋଗ ନିଜର ଦାୟିତ୍ୱ ନିଭାଇରେ ବିଫଳ ହୋଇଛି । ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ନିର୍ବାଚନରେ ରାଜନୈତିକ ଦଳଗୁଡିକ ଖୁଲମଖୁଲା କରୋନା ଗାଇଡଲାଇନ୍‌ ଉଲ୍ଲଂଘନ କରିଛନ୍ତି ଏବଂ ନିର୍ବାଚନ ଆୟୋଗ ଏହାକୁ ସେମାନଙ୍କୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଆୟୋଗଙ୍କ ବିଫଳତା କାରଣରୁ କରୋନା ସ୍ଥିତି ବିକଟାଳ ରୂପ ନେଇଛି । ସିଇସି ରାଜନୈତିକ ପାର୍ଟି ଉପରେ ଅଙ୍କୁଶ ଲଗାଇବାରେ ଅସମର୍ଥ ହୋଇଛନ୍ତି । ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ବିଚାରପତି ସେନ୍ଥିଲ କୁମାର ରାମମୂର୍ତ୍ତିଙ୍କ ପୀଠ କହିଛନ୍ତି, ସଂସ୍ଥାଗତ ଭାବେ ନିର୍ବାଚନ ଆୟୋଗ ଆଜିର ପରିସ୍ଥିତି ପାଇଁ ସଂପୂର୍ଣ୍ଣ ଦାୟୀ । ଆୟୋଗ ନିଜ ଅଧିକାରର କୌଣସି ଉପଯୋଗ କରିନାହାଁନ୍ତି । ଅଦାଲତ ପକ୍ଷରୁ ଅନେକ ଆଦେଶ ପରେ ମଧ୍ୟ ରାଜନୈତିକ ଦଳଗୁଡିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । କୋଭିଡ୍‌ ପ୍ରୋଟୋକଲ ପାଳନ ପାଇଁ ଅନେକ ଅପିଲ୍‌ ଏବଂ ଆଦେଶକୁ ଅଣଦେଖା କରାଯାଇଛି । ଅଦାଲତ କହିଛନ୍ତି, ଯଦି ଆପଣ କୋଭିଡ୍‌ ପ୍ରୋଟୋକଲ୍‌ର କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନାହାନ୍ତି ତେବେ ମେ ୨ରେ ହେବାକୁ ଥିବା ଭୋଟ୍‌ ଗଣତିକୁ ରୋକି ଦେଇ ପାରିବେ । ଆୟୋଗ ଆପଣଙ୍କ ମୁର୍ଖତା କାରଣରୁ ଏମିତି ପରିସ୍ଥିତି ଉତ୍ପନ ହୋଇଥିବା ହାଇକୋର୍ଟ କହିଛନ୍ତି । ଆମେ ଚାହିଁବୁ ନାହିଁ ଯେ, ଆପଣଙ୍କ ମୁର୍ଖତା କାରଣରୁ ରାଜ୍ୟରେ କାହାରି ମୃତ୍ୟୁ ଘଟୁ । କୋର୍ଟ ଏହା ମଧ୍ୟ କହିଛନ୍ତି, କୌଣସି ବି ପରିସ୍ଥିତିରେ କରୋନା ପ୍ରୋଟୋକଲ୍‌ର ଉଲ୍ଲଂଘନ ମଧ୍ୟରେ ମତଗଣନା କରାଯାଇ ପାରିବ ନାହିଁ । ଜନତାଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଆମ ପାଇଁ ସର୍ବୋପରି । ଏଥିରେ କୌଣସି ପ୍ରକାରର ସାଲିସ୍‌ କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି । ଉଲ୍ଲେଖଥାଉକି, ରେକର୍ଡ କରିଛି କରୋନା । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ ।
ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୧୨ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୮୦୦ ଟପିଛି ।
୨୪ ଘଣ୍ଟା ମଧ୍ୟରେ ୨୮୧୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ହଜାର ୧୬୩ରେ ପହଁଞ୍ଚିଛି । ଏତଦ୍‌ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩ରେ ପହଁଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨ରେ ପହଁଞ୍ଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୮୧୩୬୫୮ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ  ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

Read More...

ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page