କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

April 27, 2021, ଦେଶ, , Anupambharat News Bureau


କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?
Anupambharat News Bureau
April 27, 2021


ନୂଆଦିଲ୍ଲୀ : ବର୍ତ୍ତମାନ ଦେଶର ସ୍ଥିତି ଯାହା ତାହା ଜରୁରୀ ସ୍ଥିତି ନୁହେଁ ତ କ’ଣ? ଭାରତରେ କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ଗୁରୁତର ପରିସ୍ଥିତିକୁ ସାମ୍ନା କରିବା ସହିତ ସଂକ୍ରମଣ କମାଇବା ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ପାଇଁ କେନ୍ଦ୍ରକୁ କୁହାଯାଇଥିଲା ।
ତେବେ ଏ ନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜବାବ ଦାଖଲ କରାଯାଇଛି ଏବଂ କୋର୍ଟ ଏହାର ଶୁଣାଣି କରିଛନ୍ତି । ଶୁଣାଣି ବେଳେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କୋର୍ଟ । ମହାମାରୀକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, ‘ଦେଶରେ ଗୋଟିଏ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ? ଏ ନେଇ କେନ୍ଦ୍ର ସରକାର କଣ କରୁଛନ୍ତି ? ବର୍ତ୍ତମାନ ଦେଶର ସ୍ଥିତି ଯାହା ତାହା ଜରୁରୀ ସ୍ଥିତି ନୁହେଁ ତ କ’ଣ?’ ଶୁଣାଣି ସମୟରେ ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟ ଏବଂ ଭ୍ୟାକସିନ୍‌ ଯୋଗାଣ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ଦେଶରେ ଅକ୍ସିଜେନ ଯୋଗାଣ ଏବଂ ଅନ୍ୟାନ୍ୟ ମେଡିକାଲ ଉପକରଣ ଯୋଗାଣକୁ ନେଇ କେନ୍ଦ୍ରକୁ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଶୁକ୍ରବାର ଦିନ ଏ ନେଇ ପୁନଶ୍ଚ ଶୁଣାଣି ହେବ ।
ଅଦାଲତରେ ସଲିସିଟର ଜେନେରାଲ କହିଛନ୍ତି, କରୋନାର ପ୍ରଥମ ଲହରୀ ୨୦୧୯-୨୦ରେ ଆସିଥିଲା । କି;ୁ ଦ୍ୱିତୀୟ ଲହରୀ ହେବାନେଇ କେହି କଳ୍ପନା ମଧ୍ୟ କରିନଥିଲେ । ଏ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ କରୋନା ସ୍ଥିତିକୁ ନେଇ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ଜାରି ରହିଛି । ତେବେ ସଂକ୍ରମଣ ରୋକିବା ଦିଗରେ କେନ୍ଦ୍ର ଦ୍ୱାରା ଦାଖଲ କରାଯାଇଥିବା ଯୋଜନା ସବୁକୁ କୋର୍ଟ ପରଖି ନାହାନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ରିପୋର୍ଟ ପରଖାଯିବା ପରେ ଆଗାମୀ ନିର୍ଦେଶ ଆସିପାରେ । ଦେଶରେ କରୋନା ସଂକ୍ରମଣ ରକେଟ୍‌ ଗତିରେ ମାଡ଼ିଚାଲିଛି । ସଂକ୍ରମଣ ବଢ଼ୁଛି ମୃତ୍ୟୁ ସଂଖ୍ୟାରେ ବି ବୃଦ୍ଧି ଘଟୁଛି ।
ଏହାରି ଭିତରେ ସରକାର କହିଲେଣି ଘରେ ରହି ମାସ୍କ ପିନ୍ଧିବାର ବେଳ ଆସିଯାଇଛି । ଏମିତ ବେଳ ଆସି ପହଞ୍ଚିଛି । ଘରକୁ ବନ୍ଧୁବାନ୍ଧବଙ୍କୁ ନଡାକି ନିଜେ ମାସ୍କ ପିନ୍ଧି ରହିବାକୁ ହେବ । ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ ଏହା କହିଥିବା ବେଳେ ସେ ଆହୁରି ମଧ୍ୟ କହିଛନ୍ତି ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ନିଜକୁ ଆଇସୋଲେଟ୍‌ କର;ୁ । ସେପଟେ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ସମାନ କଥା କହିଛନ୍ତି । ତାଙ୍କ ମତରେ ରିପୋର୍ଟକୁ ଅପେକ୍ଷା ନକରି କରୋନା ଲକ୍ଷଣ ଦେଖାଯିବା ମାତ୍ରେ ଆଇସୋଲେସନ୍‌ରେ ରହିବା ଆବଶ୍ୟକ । ଆରଟିପିସିଆର ଟେଷ୍ଟ ନେଗେଟିଭ୍‌ ଆସିବାର ସମ୍ଭାବନା ଥିଲେ ବି ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରହିବା ଜରୁରୀ । ଏହା ସହ ନିକଜୁ ସଂକ୍ରମିତ ଭାବି ଗାଇଡଲାଇନ୍ସ ମାନିବାକୁ ସେ କହିଛନ୍ତି । ଏହା ବ୍ୟତୀତ ମାସ୍କ ନପିନ୍ଧିଲେ ବଢ଼ିବାକୁ ଥିବା ବିପଦକୁ ନେଇ ସଂଯୁକ୍ତ ସ୍ୱାସ୍ଥ୍ୟ ସଚିବ ଲଭ ଅଗ୍ରୱାଲ୍‌ କହିଛନ୍ତି । ଯଦି ଦୁଇ ବ୍ୟକ୍ତି ମାସ୍କ ନଲାଗାଇବା ସହ ସାମାଜିକ ଦୂରତା ରକ୍ଷା ନକରନ୍ତି ତେବେ ସଂକ୍ରମଣ ଭୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ଯଦି ଜଣେ ବ୍ୟକ୍ତି ମାସ୍କ ପିନ୍ଧିବା ସହ ଗାଇଡଲାଇନ୍ସ ପାଳନ କରେ ତେବେ ଏହି ଭୟ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଆସେ ବୋଲି ସେ କହିଛନ୍ତି । ଏହା ସହ ଜଣେ ସଂକ୍ରମିତଙ୍କ ପାଖରୁ ୩୦ ଦିନରେ ୪୦୬ ଲୋକ ସଂକ୍ରମିତ ହୋଇପାରନ୍ତି । ଯଦି କରୋନା ଗାଇଡଲାଇନ୍ସର ପାଳନ କରାଯାଏ ତେବେ ସଂକ୍ରମଣ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଆସିବ ବୋଲି ବିଶେଷଜ୍ଞମାନେ କହିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ

ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ

Read More...

ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ :  ବୁଧବାରରୁ ରେଜିଷ୍ଟ୍ରେସନ୍‌

ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ : ବୁଧବାରରୁ ରେଜିଷ୍ଟ୍ରେସନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page