ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ ରାଜ୍ୟପାଳ ବୁଝିବେ କରୋନା ସ୍ଥିତି

April 28, 2021, ଦେଶ, , Anupambharat News Bureau


ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ  ରାଜ୍ୟପାଳ ବୁଝିବେ କରୋନା ସ୍ଥିତି
Anupambharat News Bureau
April 28, 2021


ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀରେ ବେହାଲ ଦିଲ୍ଲୀରେ କେନ୍ଦ୍ର ସରକାର ‘ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ’ ଶଂସୋଧିତ ଆଇନ ୨୦୨୧ ନୋଟିଫାଇ କରିଦେଇଛନ୍ତି ।
ଅର୍ଦ୍ଧରାତ୍ରରୁ ରାଷ୍ଟ୍ରୀୟ ରାଜଧାନୀରେ ଏହି ଆଇନ କାର୍ଯ୍ୟକାରୀ ହୋଇଛି । ଆଇନରେ ଦିଲ୍ଲୀ ଲେଫଫନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କ ଅଧିକାର ଓ କ୍ଷମତାକୁ ପରିଭାଷିତ କରାଯାଇଛି । ଯାହା ଲାଗୁ ହେବା ପରେ କେନ୍ଦ୍ର ଶାସିତ ପ୍ରଦେଶରେ ସରାକାରର ଅର୍ଥ ଏବେ ଏଲଜି ବୋଲି ବୁଝାଯିବ । ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ରାଜକ୍ଷେତ୍ର ଅଧିନିୟମ ଶାସନ(ଶଂସୋଧନ) ଅଧିନିୟମ ୨୦୨୧ ଲାଗୁ ହେବା ପରେ ଏବେ ପ୍ରତ୍ୟେକ ନିଷ୍ପତ୍ତି ଉପରାଜ୍ୟପାଳ ନେବେ । ଆଇନ କାର୍ଯ୍ୟକାରୀ ହେବା ପରେ ଏବେ ଦିଲ୍ଲୀ ସରକାର ଅଥବା ମନ୍ତ୍ରୀମଣ୍ଡଳ ଯାହାବି ନିଷ୍ପତ୍ତି ନେବେ ସେ ନେଇ ଆଗ ଏଲଜିଙ୍କ ସହ ବିଚାର ବିମର୍ଷ କରିବେ । ରାଷ୍ଟ୍ରୀୟ ରାଜଧାନୀରେ ଏପରି ଏକ ସମୟରେ ଆଇନ ନୋଟିଫାଇ ହୋଇଛି ଯେତେବେଳେ ଏହାକୁ ନେଇ କୋର୍ଟରୁ ଆରମ୍ଭ କରିଗ୍ରାଉଣ୍ଡ ଜିରୋ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ରାଜଧାନୀରେ ହେଉଥିବା କରୋନା ସଂକ୍ରମଣରେ ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ଦେବାରେ କେରିୱାଲ ସରକାରଙ୍କ ବିରୋଧରେ ଦାୟିତ୍ୱ ହୀନତାର ଅଭିଯୋଗ କାଳରେ ତାଙ୍କ ସରକାରଙ୍କ କ୍ଷମତା ପ୍ରତ୍ୟାହାର ହୋଇଯାଇଛି ।
ଅକ୍ସିଜେନ ସଙ୍କଟ ଯୋଗୁ ଦିଲ୍ଲୀରେ ଅନେକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହି ଆଇନରେ ଜିଏନସିଟି ଅଫ ଦିଲ୍ଲୀ ଆକଫ ୧୯୯୧କୁ ପୁନଃ ସ୍ଥାପିତ କରାଯାଇଛି । ଆଇନ ଅନୁସାରେଏବେ ନିର୍ବାଚିତ ସରକାର ଓ ଏଲଜିଙ୍କ କ୍ଷମତା ପରିସର ପୁଣି ଥରେ ପରିଭାଷିତ ହୋଇଛି । ଏବେ ଦିଲ୍ଲୀ ବିଧାନସଭା ଅଥବା ଏହାର ବିଭିନ୍ନ କମିଟି ଦିଲ୍ଲୀ ଏନସିଟିର ଦୈନନ୍ଦିନ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବେ ନାହିଁ । ସେହିପରି ପ୍ରଶାସନିକ ମାମଲାରେ ଦିଲ୍ଲୀର ନିର୍ବାଚିତ ସରକାର କୌଣସି ତଦନ୍ତ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଏହି ବିଧେୟକଚିଠା ପ୍ରସ୍ତାବ ସଂସଦରେ ଉପସ୍ଥାପନ କାଳରେ ଆମଆଦମୀ ପାର୍ଟି ସମେତ ବିରୋଧୀ ଦଳମାନେ ଦୃଢ ବିରୋଧ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ  ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

Read More...

ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page