କେବଳ ପେଟପୁରା ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ

April 28, 2021, ଦେଶ, , Anupambharat News Bureau


କେବଳ ପେଟପୁରା  ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ
Anupambharat News Bureau
April 28, 2021


ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଦେଶରେ ହାହା କାର ପଡ଼ିଥିବା ବେଳେ ଗବେଷଣାରୁ ମିଳିଥିବା ତଥ୍ୟ ଆଶ୍ଚର୍ଯ୍ୟ କରିଛି । ରୋଗ ପାଖରେ ଧନୀ-ଗରିବ ଭେଦଭାବ ଥିବା ତଥ୍ୟ କହୁଛି । ଗରିବଙ୍କୁ ଦୟା କି;ୁ ଧନୀଙ୍କ ପାଇଁ ନିଷ୍ଠୁର କରୋନା ଭୂତାଣୁ ! ଏକଥା ଆମେ କହୁନୁ ବରଂ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି ।
ଧନୀଙ୍କ ତୁଳନାରେ ଗରିବଙ୍କ ଉପରେ କରୋନାର ପ୍ରଭାବ କମ୍‌ ରହୁଛି । ୭୦ ପ୍ରତିଶତ ଉଚ୍ଚ ମଧ୍ୟବିତ ଲୋକ କରୋନା ସଂକ୍ରମଣ ହୋଇଥିବା ବେଳେ ୨୫.୭୪ ପ୍ରତିଶତ ନିମ୍ନ ମଧ୍ୟବିତ୍ତ ଲୋକେ କରୋନା ଭୂତାଣୁରେ ଶିକାର ହୋଇଛନ୍ତି । ଅନ୍ୟପଟେ ବସ୍ତିରେ ରହୁଥିବା ୪.୨୬ ପ୍ରତିଶତ ଗରିବ ଲୋକ ସଂକ୍ରମିତ ହୋଇଛନ୍ତି । ଏନେଇ ଗୁଜୁରାଟର ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟର ଗବେଷଣାରୁ ଖୁଲାସା ହୋଇଛି । ଏହା ସହ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଲୋକଙ୍କ ଜୀବନଶୈଳୀ ଅନୁସାରେ ଶରୀରକୁ କ୍ଷତି ପହଞ୍ଚାଉଛି କରୋନା ଭୂତାଣୁ ।
ଭିନ୍ନ ଭିନ୍ନ ବୟସର ଲୋକଙ୍କ ଉପରେ ଭୂତାଣୁ ପ୍ରଭାବ ଭିନ୍ନ ରହୁଛି । ଏହା ବ୍ୟତୀତ ମହିଳା ଏବଂ ପୁରୁଷଙ୍କ ଉପରେ ଭୂତାଣୁର ପ୍ରଭାବ ଭିନ୍ନ ରହୁଛି । ଏହି ଗବେଷଣା ସୌରାଷ୍ଟ୍ର ୟୁନିଭର୍ସିଟିର ମନୋବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡାକ୍ତର ଯୋଗେଶ ଯୋଗସଣାଙ୍କ ନେତୃିବରେ ପିଏଚ୍‌ଡି ଛାତ୍ର ନିମିଷା ପଡାରିଆ କରିଛନ୍ତି । ଗବେଷଣାରେ ୭୨୦ କରୋନା ଆକ୍ରାନ୍ତଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି । ଶରୀରକୁ ସ୍ୱସ୍ଥ ରଖିବାଖୁ ହେଲେ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । କି;ୁ ଏକବିଂଶ ଶତାବ୍ଦୀର ଲୋକେ ଫାଷ୍ଟଫୁଡ୍‌ ଖାଇବାକୁ ପସନ୍ଦ କରୁଛନ୍ତି ।
ପୁଷ୍ଟିକର ଖାଦ୍ୟ ସେବନ କଲେ ଲୋକେ କରୋନାରୁ ଶୀଘ୍ର ସୁସ୍ଥ ହେଉଥିବା ଷ୍ଟଡିରେ ଜଣାପଡ଼ିଛି । ଏଥିପାଇଁ ଚାଉଳ, ଗହମ, ବାଜରା, ସବୁଜ ପନିପରିବା ଏବଂ ଫଳ ଖାଇବା ଜରୁରୀ । ଏହି ସବୁ ଖାଦ୍ୟରୁ କର୍ବୋହାଇଡ୍ରେଡ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌, ମିନେରଲ୍ସ, ଫାଇବର ମିଳିଥାଏ । ଏହି ସବୁ ସତ୍ତେ୍ୱ ଶରୀରରେ ପାଚନ ଶକ୍ତି ଏବଂ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

Read More...

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ  ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page