ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ

April 29, 2021, ଦେଶ, , Anupambharat News Bureau


ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ
Anupambharat News Bureau
April 29, 2021


ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଏକ ମନ୍ତବ୍ୟକୁ ନେଇ କଂଗ୍ରେସ ଜୋରଦାର ଟାର୍ଗେଟ କରିଛି । ଏହା ସହ ହର୍ଷବର୍ଦ୍ଧନ ଇସ୍ତଫା ଦିଅ;ୁ ବୋଲି ଦାବି କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପି. ଚିଦାମ୍ବରମ ଭାରତବାସୀଙ୍କୁ ମୁର୍ଖ ଭାବୁଥିବା ସରକାରଙ୍କ ବିରୋଧରେ ଜନତା ବିଦ୍ରୋହ କରିବା ଦରକାର ।
ଅନ୍ୟପଟେ ଦଳ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବି କରିଛନ୍ତି । ଚିଦାମ୍ବରମ ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୁଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସେହି ମନ୍ତବ୍ୟରେ ଦୁଃଖିତ, ଯେଉଁଥିରେ ସେ କହିଛନ୍ତି ଅକ୍ସିଜେନ୍‌, ଭ୍ୟାକସିନ୍‌ ଏବଂ ରେମଡେସିଭରରେ ଅଭାବ ନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥଙ୍କ ବୟାନରେ ଆକ୍ରୋଶ ପ୍ରକାଶ କରୁଛି ଯେ, ରାଜ୍ୟରେ ଟିକାର ଅଭାବ ନାହିଁ ।’ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନ୍ୟ ଟିଭି ଚ୍ୟାନେଲ୍‌ କଣ ଭୁଲ ଭିଜୁଆଲ୍‌ ଚଲାଉଛନ୍ତି ? ଖବରକାଗରେ ପ୍ରକାଶିତ ଖବର କଣ ମିଥ୍ୟା ? ସମସ୍ତ ଡାକ୍ତର କଣ ମିଛ କହୁଛନ୍ତି ?
କଣ ସମସ୍ତ ପରିବାର ସଦସ୍ୟ ମିଛ ତଥ୍ୟ ଦେଉଛନ୍ତି ? ସମସ୍ତ ଭିଡିଓ ଏବଂ ଫଟୋ କଣ ମିଛ ? ଭାରତର ସମସ୍ତ ଲୋକ ମୁର୍ଖ ବୋଲି ଭାବୁଥିବା ସରକାର ବିରୋଧରେ ଲୋକମାନେ ବିଦ୍ରୋହ କରିବା ଦରକାର ବୋଲି ସେ ଲେଖିଛନ୍ତି । ଏହା ବ୍ୟତୀତ ଦଳର ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ହସ୍ପିଟାଲରେ ଚିକିତ୍ସା ମିଳିପାରୁ ନାହିଁ । ଅକ୍ସିଜେନର ଅଭାବ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରାମ ପଞ୍ଚାୟତଗୁଡିକ ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌ ପ୍ରବେଶ ଉପରେ ଲଗାଇଲେ ପ୍ରତିବନ୍ଧକ

ଗ୍ରାମ ପଞ୍ଚାୟତଗୁଡିକ ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌ ପ୍ରବେଶ ଉପରେ ଲଗାଇଲେ ପ୍ରତିବନ୍ଧକ

Read More...

କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ,  ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ, ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page