କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ

April 30, 2021, ଦେଶ, , Anupambharat News Bureau


କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ
Anupambharat News Bureau
April 30, 2021


ମେ ପହିଲା ଦିନକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା'ନ୍ତି । ୧୯୮୬ ମସିହାରୁ ଏହି ଦିବସଟିକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତିହାସ । ଗୋଟିଏ ସମୟଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣି ଶ୍ରମିକ ମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପଥମେ ରାସ୍ତାକୁ ଉହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି ଶ୍ରମ ନିର୍ଘଣ୍ଟ ୮ ଘଂଟା ମଧ୍ୟରେ ସୀମିତ ରଖାଯାଉ । ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲା ଫଳରେ ହଜାର ହଜାର ଶ୍ରମିକ ରାସ୍ତାକୁ ଆସି ଆନ୍ଦୋଳନ ଆରମ୍ଭ କରିଥିଲେ । ହେଲେ ପୁଞ୍ଜିପତି ଶ୍ରେଣୀ ଏହାକୁ ଦମନ କରିବାକୁ ପଛାଇ ନଥିଲା । ଆମେରିକାର ଚିକାଗୋ ଠାରେ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ବୋମାମାଡ ହୋଇଥିଲା । ବୋମାମାଡ କିଏ କରିଥିଲା ପୋଲିସ ତାର ଅନୁସନ୍ଧାନ କରିବା ପରିବର୍ତ୍ତେ ଏହା ଶ୍ରମିକ ମାନଙ୍କ କାମ କହି ଶ୍ରମିକ ମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଗୁଳିଚାଳନା ଫଳରେ ନିଜର ହକ୍ ମାଗିବାକୁ ରାସ୍ତାରେ ଆନ୍ଦୋଳନ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୮ ଜଣଙ୍କର ଜୀବନ ଗଲା । ଏଥିରେ କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀମାନେ ପୋଲିସ ଉପରେ ପ୍ରତିଆକ୍ରମଣ କରିବା ଆରମ୍ଭ କରିଦେଲେ । ପରିସ୍ଥିତି ଅସମ୍ଭାଳ ଓ ଅଣାୟତ । ଏହାକୁ ନଜରରେ ରଖି ଆମେରିକା ସରକାର ତୁରନ୍ତ ଶ୍ରମିକ ମାନଙ୍କର ଦାବି ମାନିନେଲେ ଓ ଦୈନିକ ଶ୍ରମ ନିର୍ଘଣ୍ଟକୁ ୮ ଘଂଟା ମଧ୍ୟରେ ସୀମିତ ରଖିଲେ । ଏହି ଦିନଠାରୁ ସାରା ବିଶ୍ୱରେ ବି ଏହି ଆଇନ ପ୍ରଣୟନ ହେଲା । ଏହାକୁ ଶ୍ରମିକମାନେ ବିଜୟ ଦିବସ ଭାବେ ଏବେ ବି ପାଳନ କରିଆସୁଛନ୍ତି ।ଭାରତରେ ୧୯୨୩ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ମାନି ନିଆଯାଇଥିଲା । ଭାରତରେ ଶ୍ରମିକ ମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଂଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀ ମଜଦୁର କିଷାନ ପାର୍ଟି । ଏହାର ନେତୃତ୍ୱ ନେଇଥିଲେ କମ୍ରେଡ ସିଙ୍ଗରବେଲୁ ଚେଟିଆର । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଂଟା ଶ୍ରମ ନିର୍ଘଣ୍ଟକୁ ସିକୃତି ଦେଇଥିଲେ । ସେହିଦିନ ଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ ।ଆଇନ ଅଛି , ହେଲେ ଆଜି ବି ଏ ଆଇନର ଖୋଲା ଖୋଲି ଉଲଙ୍ଘନ ହେଉଛି । ସରକାରୀ ଚାକିରୀ ବାହାରେ ଶ୍ରମକୁ ବିଭିନ୍ନ ଉପାୟରେ ଲୁଣ୍ଠନ କରାଯାଉଛି । ଏନେଇ ବିଭିନ୍ନ ଦେଶର ସରକାରମାନେ ଭିନ୍ନ ଭିନ୍ନ ଆଇନ ଆଣିଥିଲେ ବାସ୍ତବ ପରିସ୍ଥିତି ଏଭଳି ସୃଷ୍ଟି କରାଯାଇଛି ଯେ ଶ୍ରମର ଲୁଣ୍ଠନ ନେଇ ପାଟି ଖୋଲିବାକୁ ଶ୍ରମିକ ପାଖରେ ଜୁ ନାହିଁ ।କୌଣସି ସମାଜ, ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଦେଶ ପ୍ରଥମେ ଶ୍ରମିକର ସର୍ବନିମ୍ନ ଆବଶ୍ୟକତା, ସୁରକ୍ଷା ଓ ପରିସ୍ଥିତି ଉପରେ ନଜର ନଦେଲେ ଦେଶର ଯେଉଁ ବିକାଶ ହେବ ସେହି ବିକାଶର ଲାଭ ହାତଗଣତି କେତେଜଣଙ୍କ ପାଖରେ ଅଟକି ଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

Read More...

କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page