କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

May 05, 2021, ଦେଶ, , Anupambharat News Bureau


କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି
Anupambharat News Bureau
May 05, 2021

ଅହମଦାବାଦ: ମହାମାରୀ କରୋନା ସଂକ୍ରମଣ ଭିତରେ ଗୁଜରାଟରୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ମନ୍ଦିରରେ ପାଣି ଢାଳିଲେ କରୋନା ସବୁଦିନ ପାଇଁ ଶେଷ ହୋଇଯିବ ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶହଶହ ଲୋକ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି ।
ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ସାମାଜିକ ଦୂରତା ନିୟମକୁ ସମସ୍ତେ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି । ପୁଲିସ୍‌ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ୨୩ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଗାଁର ମୁଖିଆ ମଧ୍ୟ ରହିଛନ୍ତି ।
ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ଲୋକମାନେ ବୈଲୟ ଦେବ ମନ୍ଦିରରେ ପାଣି ଢାଳିବାକୁ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ଅନୁସାରେ, ମେ’ ୩ରେ ପାଣି ଢଳା ପ୍ରୋସେସନ ଆରମ୍ଭ ହୋଇଥିଲା । ଗାଁରେ ରହୁଥିବା ଶହଶହ ମହିଳା ନିଜ ଘରେ ଥିବା ଗରାରେ ପାଣି ମୁଣ୍ଡାଇ ଧାର୍ମିକ ସମାବେଶରେ ସାମିଲ ହୋଇଥିଲେ । ପୁରୁଷ ଲୋକମାନେ ମଧ୍ୟ ସେମାନଙ୍କ ସହ ଚାଲିଚାଲି ମନ୍ଦିର ଅଭିମୁଖେ ଯାଇଥିଲେ । କିଛି ମହିଳାଙ୍କ ମୁହଁରେ ମାସ୍କ ଥିବା ବେଳେ ଆଉ କିଛି ଏହାକୁ ପିନ୍ଧି ନଥିଲେ । ସମସ୍ତେ ଏକାଠି ହୋଇ ସାମାଜିକ ଦୂରତା ନିୟମର ଧଜିଆ ଉଡ଼ାଇଥିଲେ । । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ଗାଁ ମୁଖିଆ ବା ସରପଞ୍ଚ ଗଫାଭାଇ ଠାକୋରଙ୍କ ସମେତ ୨୩ ଜଣଙ୍କୁ ଗିରଫ କରିଛି । ମହାମାରୀ ଆଇନ ବଳରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପାର ଜୁଇକୁ ଡେଇଁଲା ଝିଅ

ବାପାର ଜୁଇକୁ ଡେଇଁଲା ଝିଅ

Read More...

ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page