ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

May 23, 2019, ଦେଶ, , Anupambharat News Bureau


ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ
Anupambharat News Bureau
May 23, 2019

ବେଙ୍ଗାଲୁରୁ: ମୋଦି ବିରୋଧୀ ଚେହେରା ଭାବରେ ଉଭା ହେବା ସହ ବେଙ୍ଗାଲୁରୁ ମଧ୍ୟ ଆସନରୁ ନିର୍ବାଚନ ଲିଥିବା ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ପରାଜିତ ହେବା ସ୍ପଷ୍ଟ ହୋଇଛି । ତୃତୀୟ ସ୍ଥାନରେ ରହିଥିବା ପ୍ରକାଶ ଏହାକୁ ସ୍ୱୀକାର କରିବା ସହ କହିଛନ୍ତି, ମୋ ମୁହଁରେ ଏହା ଏକ ଶକ୍ତ ଚାପୁଡ଼ା । କି;ୁ ଯେତେ ଗାଳି, ଥଟ୍ଟା ଏବଂ କଟୁ ମନ୍ତବ୍ୟ ଆସୁ ପଛେ ମୁଁ ନିର୍ବିକାର ରହିବି । ପ୍ରକାଶ ପରାଜୟକୁ ସ୍ୱୀକାର କରି କହିଛନ୍ତି, ଧର୍ମନିରପେକ୍ଷ ଭାରତ ପାଇଁ ମୋ ଲଢ଼େଇ ଜାରି ରହିବ । ଯେଉଁମାନେ ମୋ ସହ ଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏବେଠାରୁ ଏକ କଠିନ ଯାତ୍ରା ଆରମ୍ଭ ହେଲା । ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ନୀତିକୁ ବିରୋଧ କରିବା ହିଁ ପ୍ରକାଶଙ୍କ ମୁଖ୍ୟ ପ୍ରସଙ୍ଗ ରହିଥିଲା । ସେ ସୋସିଆଲ ମିଡିଆରେ ଏଥିପାଇଁ ବ୍ୟାପକ ଚର୍ଚ୍ଚାରେ ରହିଥିଲେ । ଏପରିକି ଏହା ପୂର୍ବରୁ ଦେଶ ସାରା ବୁଲି ସେ ବିଭିନ୍ନ ସଭା ସମିତିରେ ମୋଦି ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

Read More...

ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page