ଖଣିରେ ଭୟଙ୍କର ବିସ୍ପୋରଣ, ୧୦ ମୃତ, ୧୦ ଆହତ

May 08, 2021, ଦେଶ, , Anupambharat News Bureau


ଖଣିରେ ଭୟଙ୍କର ବିସ୍ପୋରଣ,  ୧୦ ମୃତ, ୧୦ ଆହତ
Anupambharat News Bureau
May 08, 2021


କଡ଼ପା: ଆନ୍ଧ୍ର ପ୍ରଦେଶର କଡ଼ପାରେ ଥିବା ଗୋଟିଏ ଖଣି ଖାଦାନରେ ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ର୍ଭିତ୍ତି କରାଯାଇଛି ।
ବିସ୍ପୋରଣ ବେଳେ ଏଠାରେ ପ୍ରାୟ ୪୦ ଜଣ ଶ୍ରମିକ କାମ କରୁଥିଲେ । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବିବାର ଆଶଙ୍କା ପ୍ରକାଶ ପାଇଛି । ସୂଚନା ଅନୁସାରେ, କାଲସାପାଡୁ ବ୍ଲକର ମାମିଲ୍ଲାପାଲ୍ଲେ ଗାଁରେ ଏହି ଖଣି ଖାଦାନ ରହିଥିଲା । ସବୁଦିନ ପରେ ଆଜି ମଧ୍ୟ ଶ୍ରମିକମାନେ କାମ କରୁଥିଲେ । ତେବେ ଜିଲୋଟିନ ଷ୍ଟିକ ଅନଲୋଡ୍‌ ବେଳେ ହଠାତ୍‌ ଅଘଟଣ ଘଟିଥିଲା । ଜିଲୋଟିନ ଷ୍ଟିକ ବିସ୍ପୋରଣ କରିବାରୁ ପୂରା ଖଣି ଖାଦାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣା ସ୍ଥଳରେ ହିଁ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ବିସ୍ପୋରଣ ଯୋଗୁ ଏକାଧିକ ସ୍ଥାନରେ ମାଟି ଧସି ପଡ଼ିବାରୁ ଧ୍ୱଂସାବଶେଷ ତଳେ ଶ୍ରମିକମାନେ ଚାପି ହୋଇ ଯାଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଧ୍ୱଂସାବଶେଷ ତଳୁ ୧୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଏହା ତଳେ ଆଉ କିଛି ଶ୍ରମିକ ପୋତି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଡେୱଲରୁ ଆସିଥିବା ଜିଲୋଟିନ୍‌ କେମିତି ବିସ୍ପୋରଣ ହେଲା, ତା’ର ପ୍ରକୃତ କାରଣ ଜଣାପଡ଼ିନି । ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେzୀ କଡ଼ପା ଜିଲ୍ଲା ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁକ୍ତ ହେବେ କଏଦୀ

ମୁକ୍ତ ହେବେ କଏଦୀ

Read More...

କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page