କରୋନା କବଳରେ ମାଓବାଦୀ, ମଲେଣି ୧୦

May 12, 2021, ଓଡ଼ିଶା, , Anupambharat News Bureau


କରୋନା କବଳରେ ମାଓବାଦୀ, ମଲେଣି ୧୦
Anupambharat News Bureau
May 12, 2021


ମାଲକାନଗିରି : ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆ ତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ । ପୋଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି । ସେହିଭଳି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ କୌଣସି ମାମଲା ହେବ ନାହିଁ ବୋଲି କହିଛନ୍ତି । କିଛି ଗାଁରେ ମାଓବାଦୀଙ୍କୁ ଗ୍ରାମବାସୀ ପ୍ରବେଶ କରାଇ ଦେଉନଥିବା ଏସ୍ପି କହିଛନ୍ତି ।
ଛତିଶଗଡ଼ ମାଓ ସଙ୍ଗଠନରେ କରୋନା ବ୍ୟାପିଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ଲାଲଗଡରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ସୀମାନ୍ତ ମାଲକାନଗିରିରେ ସକ୍ରିୟ ମାଓ ସଙ୍ଗଠନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେଣୁ ମାଲକାନଗିରି ପୋଲିସ ଏହା ଉପରେ ନଜର ରଖିଥିବା ଏସପି କହିଛନ୍ତି ।
ଛତିଶଗଡ଼ ଦନ୍ତେ ୱାଡ଼ା ଜିଲ୍ଲାର ବିଭିନ୍ନ କ୍ୟାମ୍ପରେ ପ୍ରାୟ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଗତକାଲି ସୂଚନା ମିଳିଛି । ତେଣୁ ମାଓ ଶିବିରରେ କୋଭିଡ୍ ନେଇ ଆତଙ୍କ ଖେଳିଯିବା ସହ ଆଉ କିଛି ମାଓବାଦୀ କରୋନା ଭୟରେ ଶିବିର ଛାଡ଼ିଥିବା ଛତିଶଗଡ ପୋଲିସ ପକ୍ଷରୁ କୁହାଯାଇଛି ।ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୪୦୦ ନକ୍ସଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଦାନ୍ତେୱାଡାର ଏସପି ଅଭିଷେକ ପଲ୍ଲଭ ଏହି ସୂଚନା ଦେଇଛନ୍ତି । ନକ୍ସଲ ୨୦ ଦିନ ତଳେ ସୁକମା ଓ ବୀଜାପୁର ଜଙ୍ଗଲରେ ବଡ଼ ବୈଠକ କରିଥିଲେ । ଏହି ବୈଠକରେ ୫୦୦ରୁ ଅଧିକ ନକ୍ସଲ୍ ସାମିଲ୍‌ ହୋଇଥିଲେ । ଛତିଶଗଡ଼ର ଦଣ୍ଡକାରଣ୍ୟ ଜଙ୍ଗଲରେ ୧୦ ନକ୍ସଲଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହିସବୁ ନକ୍ସଲଙ୍କର ଅନ୍ତିମ ସଂସ୍କାର କରାଯାଇଛି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ :  କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ : କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

Read More...

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page