ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

May 23, 2019, ଦେଶ, , Anupambharat News Bureau


ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’
Anupambharat News Bureau
May 23, 2019

ମୁମ୍ୱାଇ: ଆକଫିଂ ସହ ପଲିଟିକ୍ସରେ ବି ସଫଳ ହେଲେ ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ । ଚଳିତ ଥର ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତଥାପି ବାଜି ମାରିନେଲେ । ଏଥର ସନ୍ନି ଲୋକସଭାରେ ବସିବା ପMା ହୋଇଗଲା । ନିର୍ବାଚନ କମିଶନରଙ୍କ ଶେଷ ରିପୋର୍ଟ ସୁଦ୍ଧା ସନ୍ନି ୫, ୪୮, ୭୮୦ ଭୋଟ ପାଇଛନ୍ତି । ହେଲେ ତାଙ୍କ ପ୍ରତିଦ୍ୱନ୍ଦୀ ସୁନୀଲ ଜାଖଡ୍‌ ୪, ୭୧ ହଜାର ୫୪୮ ଭୋଟ ପାଇ ପରାଜିତ ହୋଇଛନ୍ତି । ପୁଅ ଜିତିବାରେ ବାପା ଧର୍ମେନ୍ଦ୍ର ବି ବେଶ୍‌ ଉତ୍ସାହିତ । ବଲିଉଡ୍‌ର ଏହି ଭେଟେରାନ ଆକଫର ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଓ ପୁଅ ସନ୍ନି ଦେଓଲଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫକୀର ବାଦଶାହା ଓ ପୁଅ ସନ୍ନିଙ୍କୁ ଧରିତ୍ରୀ ମାଆର ପୁଅ ବୋଲି କହିଛନ୍ତି । ଏହା ସହ ‘ଅଚ୍ଛେ ଦିନ’ ସତରେ ଆସିଗଲା ବୋଲି ଟ୍ୱିଟ କରିଛନ୍ତି । ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁର ସିଟ୍‌ରୁ ଭାଜପାର ଲୋକସଭା ପ୍ରାର୍ଥୀ ଥିଲେ । ଏହି ସିଟ୍‌ର ସନ୍ନିଙ୍କ ସହ ଲଢୁଥିବା ସୁନୀଲ ଜାଖଡ ମଧ୍ୟ ତାଙ୍କ ପୁଅ ଭଳି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଗରୁ ସେ ଯଦି ଜାଣିଥାନ୍ତେ ସନ୍ନି ଓ ସୁନୀଲ ମୁହାଁ ମୁହିଁ ହେଉଛନ୍ତି, ତା ହେଲେ ସେ କେବେ ବି ନିର୍ବାଚନ ଲଢିବାକୁ ପୁଅକୁ ଅନୁମତି ଦେଇନଥାନ୍ତେ । ଗୁରୁଦାସପୁର ସିଟ୍‌ରୁ ପୂର୍ବରୁ ସ୍ୱର୍ଗୀୟ ବିନୋଦ ଖନ୍ନା ବିଜେପିର ସାଂସଦ ରହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

Read More...

ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page