ବର୍ଷର୍ା ସମ୍ଭାବନା

May 13, 2021, ଓଡ଼ିଶା, , Anupambharat News Bureau


ବର୍ଷର୍ା ସମ୍ଭାବନା
Anupambharat News Bureau
May 13, 2021


ଭୁବନେଶ୍ୱର,୧୩ା୫(ଅନୁପମ ମିଡ଼ିଆ): ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ପବନ ଏବଂ ବିଜୁଳି ଘଡଘଡି ଲାଗିରହିଛି । ଉତ୍ତର ଓ ଉପକୂଳର ସମସ୍ତ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ସକ୍ରିୟ ରହିଛି । ଏହି ସମୟରେ ପାଣିପାଗ ସହିତ ଅବଗତ ରହିବା ସହ ବିଜୁଳିଘଡଘଡି ସମୟରେ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ ରଖିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ଅପରପକ୍ଷରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟରବେଗରେ ପବନ ବହିବ । ସେହିପରି ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତୋଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା କରାଯାଉଛି । ଏହସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜି. ମାଥିଭାଥନନ ବିଏମସି ପ୍ରଶାସକ

ଜି. ମାଥିଭାଥନନ ବିଏମସି ପ୍ରଶାସକ

Read More...

ଟ୍ୱିନ୍‌ ସିଟି :  ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

ଟ୍ୱିନ୍‌ ସିଟି : ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page