ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

May 14, 2021, ଦେଶ, , Anupambharat News Bureau


ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ :  ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
Anupambharat News Bureau
May 14, 2021


ନୂଆଦିଲ୍ଲୀ: ଆଦି ଭାଇଚାରାର ପର୍ବ ଇଦ୍‌ । ମାସକ ଯାକ ରୋଜା ରଖିବା ପରେ ଆଜି ଉପବାସ ଭାଙ୍ଗି ଇଦ୍‌ ପାଳିଥାନ୍ତି ମୁସଲମାନ ଭାଇ ଭଉଣୀ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଦ୍‌ ଉପରେ ପଡିିଛି କରୋନା ଚଡକ । ଏବର୍ଷ ମଧ୍ୟ କରୋନା ପାଇଁ ସବୁଠି ତାଲାବନ୍ଦ ଚାଲିଛି । ସେଥିପାଇଁ ଘରେ ରହି ନମାଜ ପାଠ ସହ ଇଦ୍‌ ଉତ୍ସବ ପାଳନ କରାଯାଉଛି । ପରିବାର ବନ୍ଧୁବାନ୍ଧବ ଏକାଠି ନହେଲେ ବି ଭର୍ଚୁଆଲରେ ଜଣାଉଛନ୍ତି ଶୁଭେଚ୍ଛା ।ତେବେ ଦେଶାବାସୀଙ୍କୁ ଇଦ୍‌ ମୁବାରକ୍‌ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ପର୍ବ ହେଉଛି ପରସ୍ପର ମଧ୍ୟରେ ଭାଇଚାରା ଏବଂ ମାନବିକତାର ସେବାରେ ନିଜକୁ ସମର୍ପିତ କରିବାର ଏକ ସୁଯୋଗ । ଆସ;ୁ ଏକାଠି ହୋଇ କୋଭିଡରୁ ମୁକୁଳିବା ପାଇଁ ଏକାଠି ହେବା ତଥା ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବା । ଦେଶକୁ କରୋନା ମୁକ୍ତ କରିବା ଲାଗ ସଂକଳ୍ପ ନେବା । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ ଜଣାଇଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଆମର ସାମୂହିକ ପ୍ରୟାସ ଦ୍ୱାରା ଆମେ ବିଶ୍ୱ ମହାମାରୀକୁ ଦୂର କରି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅପରାଧୀ ତଥା ଦୁଷ୍କର୍ମକାରୀଙ୍କୁ ଜେଲ୍‌ ଭିତରେ ଏନ୍‌କାଉଣ୍ଟର

ଅପରାଧୀ ତଥା ଦୁଷ୍କର୍ମକାରୀଙ୍କୁ ଜେଲ୍‌ ଭିତରେ ଏନ୍‌କାଉଣ୍ଟର

Read More...

ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ .... ୪୫୦ ମିସାଇଲ୍‌ ମାଡ଼ କଲା ଇସ୍ରାଏଲ

ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ .... ୪୫୦ ମିସାଇଲ୍‌ ମାଡ଼ କଲା ଇସ୍ରାଏଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page