ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

May 23, 2019, ଦେଶ, , Anupambharat News Bureau


ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ
Anupambharat News Bureau
May 23, 2019

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି । ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି । ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି । ସେ ଭୋଟ୍‌ ଗଣତି କେନ୍ଦ୍ରରେ କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ । ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ସେଠାରେ ହିଁ ଟଳିପଡ଼ିଥିଲେ । ଏହି ଖବର ସେତେବେଳେ ଆସିଛି ଯେତେବେଳେ କଂଗ୍ରେସ ଭୋଟ୍‌ ଗଣତିରେ ବହୁତ ପଛୁଆ ଚାଲିଛି । ଯଦିଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବାରେ ସମର୍ଥ ହୋଇଛି, ଲୋକସଭା ନିର୍ବାଚନରେ ବିଜେପିକୁ ବିପୁଳ ଭୋଟର୍‌ ସମର୍ଥନ ମିଳିବାର ସମ୍ଭାବନା ରହିଛି । କେନ୍ଦ୍ରରେ ବିଜେପି ପୁଣି ସରକାର କରିବାର ଅଛି । ବିଧାନସଭା ନିର୍ବାଚନରେ ଏକାଥରେ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ହରାଇଥିବା ବିଜେପି ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଏହି ସବୁ ହିନ୍ଦୀଭାଷୀ ଅଞ୍ଚଳରୁ ପାଇବା ନିଶ୍ଚିତ ହେବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ଜିତିଲା ବୋଲି କହିଲେ ମୋଦି

ଭାରତ ଜିତିଲା ବୋଲି କହିଲେ ମୋଦି

Read More...

ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page