ଦାନା ବାନ୍ଧୁଛି ଲଘୁଚାପ

May 18, 2021, ଓଡ଼ିଶା, , Anupambharat News Bureau


ଦାନା ବାନ୍ଧୁଛି ଲଘୁଚାପ
Anupambharat News Bureau
May 18, 2021


ଭୁବନେଶ୍ୱର, ୧୮ା୫ (ଅନୁପମ ମିଡ଼ିଆ): କରୋନା ଦାଉରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଏପରିକି ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି କୁହାଯାଇଛି । ସୂଚନାନୁଯାୟୀ ଆସନ୍ତା ୨୩ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ, ଓଡିଶା ଉପରେ ଏହି ବାତ୍ୟାର ପ୍ରଭାବ ରହିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅପରପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି
ରହିଛି । ତେବେ ୨୦ ଓ ୨୧ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢିବାର ସହ ବଜ୍ରପାତ ମଧ୍ୟ ହୋଇପାରେ । ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

Read More...

ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page