ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା

June 03, 2021, ଦେଶ, , Anupambharat News Bureau


ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା
Anupambharat News Bureau
June 03, 2021


ନୂଆଦିଲ୍ଲୀ,୩ା୬: ଆଜି ନୀତି ଆୟୋଗ ଦ୍ୱାରା ସଷ୍ଟେନେବୁଲ ଡ଼େଭଲପମମେଣ୍ଟ ଗୋଲ (ଏସ୍‌ଡ଼ିଜି) ୨୦୨୦-୨୧ ମସିହାର ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ କେରଳ ଏକ ନମ୍ବର ଥିଲାବେଳେ ତାମିଲନାଡୁ ଦୁଇ ନମ୍ବରରେ ଅଛି । ତେବେ ଓଡ଼ିଶା ୨୧ନମ୍ବରରେ ରହିଛି । ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଚିକିତ୍ସା ଏବଂ କ୍ଲିନ୍‌ ଏନର୍ଜି ସମ୍ପର୍କିତ ଯେଉଁ ସସ୍‌ଷ୍ଟେନେବଲ ଡେଭଲପ୍‌ମେଣ୍ଟ ଗୋଲ (ଏସ୍‌ଡିଜି)ର ସମ୍ପର୍କିତ ସମୀକ୍ଷା କରାଯାଇଥିଲା । ଏଥିରେ ଭାରତରେ ନଗରାଞ୍ଚଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଥିବା ଦେଖାଦେଇଛି । ଅନ୍ୟ ପକ୍ଷରେ ଶିଳ୍ପାନୁଷ୍ଠାନ, ଉଦ୍ଭାବନ,ଭିତ୍ତିଭୂମି, ସ୍ୱଚ୍ଛ କାର୍ଯ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅବନତୀ ଘଟିଥିବା ସମ୍ପର୍କରେ ଏହି ନୀତି ଆୟୋଗର ୨୦୨୦-୨୧ ଏସ୍‌ଡିଜି ତାଲିକାରୁ ସ୍ପଷ୍ଟ ହୋଇଛି । ତେବେ ଏଭଳି ଉନ୍ନୟନ କ୍ଷେତ୍ରରେ ୭୫ ସ୍କୋର ହାସଲ କରି କେରଳ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ତାମିଲନାଡ଼ୁ ଏବଂ ହିମାଚଳ ପ୍ରଦେଶ ୭୨ ସଂଖ୍ୟାରେ ରହିଥିବା ବେଳେ ବିହାର ଝାଡ଼ଖଣ୍ଡ ଏବଂ ଆସାମ ସବୁଠାରୁ ନିମ୍ନମାନର ପ୍ରଗତି କରିଥିବା ତାଲିକାରେ ଉଲ୍ଲେଖ କରାଯାଇଛି । ମିଜୋରାମ ଏବଂ ହରିଆନାରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତି ଦେଖାଯାଇଛି । କୋଭିଡ଼-୧୯ର ପ୍ରଭାବ ଯୋଗୁଁ ଗତମାସ ମାର୍ଚ୍ଚ ମାସ ଠାରୁ ପ୍ରତ୍ୟେକ କାର୍ଯ୍ୟଧାରାରେ ପାର୍ଥକ୍ୟ ଦେଖା ଦେଇଛି । ୨୦୧୯ରେ ଗ୍ରାମାଞ୍ଚଳ ଓ ନଗରରାଞ୍ଚଳ ଜନସଂଖ୍ୟା କ୍ଷେତ୍ରରେ ୪୦ ପ୍ରତିଶତକୁ ହ୍ରାସ ପାଇଥିଲା । ଆର୍ଥିକ ପ୍ରଗତିକୁ ପାଶ୍ୱର୍ରେ ରଖି ସାମାଜିକ ସମାନତା ଉପରେ ପ୍ରାଧାନ୍ୟତା ଦିଆଯାଇଥିଲା । ଏପରିକି ରାଜ୍ୟ ବିଧାନସଭା ଏବଂ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକରେ ମହିଳା ଓ ଆଦିବାସୀ ହରିଜନ ପ୍ରତିନିଧିମାନଙ୍କୁ କିଭଳି ଅଧିକ ଆସନ ମିଳିବ ଏ ସମ୍ପର୍କରେ ପ୍ରାଧାନ୍ୟତା ଦିଆଯାଇଥିଲା ବୋଲି ରିପୋର୍ଟରୁ ଜଣାପଡିଛି । ଏସ୍‌ଡିଜି ସିଧାସଳଖ ଦୈନିକ ମଜୁରୀ ଏବଂ ଶିଳ୍ପାନୁଷ୍ଠାନ ଅଭିବୃଦ୍ଧି ଉପରେ ଧ୍ୟାନକେନ୍ଦ୍ରିକ କରିଥିଲେ ବୋଲି ଗତବର୍ଷ ରିପୋର୍ଟରୁ ଜଣାପଡିଛି । ଯାହା ଦେଶର ଶିଳ୍ପାନୁଷ୍ଠାନ ଓ ଭିର୍ତ୍ତିଭୂମି ବିକାଶ ଯାହା ୫୫ ସଂଖ୍ୟାରେ ଥିଲା ୧୦ ନମ୍ବର ସଂଖ୍ୟାକୁ ହ୍ରାସ ପାଇଛି । ବିଶୁଦ୍ଧ ଜଳ ଓ ପରିମଳ ବ୍ୟବସ୍ଥାରେ ମଧ୍ୟ ୫ ପଏଣ୍ଟ ନମ୍ନକୁ ହ୍ରାସ ପାଇଛି । ନିହାତି ନୀତି ଆୟୋଗର ଏହି ଏସ୍‌ଡିଜି ରିପୋର୍ଟ ଦୃଷ୍ଟି ଆକର୍ଷଣର କେନ୍ଦ୍ରକୁ ଆସିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି :  ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା

ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି : ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା

Read More...

ସ।ର ର୍ଦୁନୀତି ମାମଲାରେ ଗିରଫ ହେଲେ ଆରଜେଡି ଏମପି ଅମରେନ୍ଦ୍ର ଧାରୀ ସିଂହ

ସ।ର ର୍ଦୁନୀତି ମାମଲାରେ ଗିରଫ ହେଲେ ଆରଜେଡି ଏମପି ଅମରେନ୍ଦ୍ର ଧାରୀ ସିଂହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page