ଉଠାଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ

June 08, 2021, ଓଡ଼ିଶା, , Anupambharat News Bureau


ଉଠାଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ
Anupambharat News Bureau
June 08, 2021


ଭୁବନେଶ୍ୱର, ୮ା୬(ଅନୁପମ ମିଡ଼ିଆ): କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁୁର କରିଛନ୍ତି ।ଏହାଦ୍ୱାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ୍‌ ପାଣwିରୁ କରୋନାର ଦ୍ୱିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ସହରାଞ୍ଚଳ ଉଠାଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଥିବାରୁ ଓଡ଼ିଶା ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣwିରୁ ଉଠାଦୋକାନୀମାନଙ୍କୁ କରୋନା ସହାୟତା ରାଶି ଘୋଷଣା କରିଛନ୍ତି । ବାକି ରହିଯାଇଥିବା ଉଠାଦୋକାନୀମାନଙ୍କୁ ସର୍ଭେ କରାଯାଇ ସେମାନଙ୍କୁ ତୁରନ୍ତ କୋଭିଡ଼ ସହାୟତା ରାଶି ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ

ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ

Read More...

ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬

ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page