ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

June 13, 2021, ଦେଶ, , Anupambharat News Bureau


ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର
Anupambharat News Bureau
June 13, 2021

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । ସଂକ୍ରମଣକୁ ରୋକିବାକୁ ଦିଆଯାଉଛି ଟିକା । ତେବେ ମହାମାରୀର ମହାସଙ୍କଟ ଭିତରେ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏବେ ବି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧ କୋଟି ୫୩ ଲକ୍ଷ ୭୯ ହଜାର ୨୩୩ କୋଭିଡ ଟିକା ବାକି ରହିଛି । ଆଉ ୪ ଲକ୍ଷ ଟିକା ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯିବ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨୫ କୋଟି ୩୧ ଲକ୍ଷ ୯୫ ହଜାର ୪୮ ଡୋଜ ଭ୍ୟାକ୍ସିନ୍ ପଞ୍ଜୀକୃତ ହୋଇଛି । ସେହିପରି ଦେଶରେ ଦିନକୁ ଦିନ ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୮୦ ହଜାର ୮୩୪ ନୂଆ ଆକ୍ରାନ୍ତ ।ବର୍ତ୍ତମାନ ଦେଶରେ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୩ ହଜାର ୩୦୩ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ସରା ଦେଶରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୩୨ ହଜାର ୬୨ ଜଣ ଆକ୍ରାନ୍ତ । ବାକି ୧୦ ଲକ୍ଷ ୨୬ ହଜାର ୧୫୯ ଜଣଙ୍କ ଚିକିତ୍ସା ଚାଲିଛି ବୋଲି କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ

ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ

Read More...

ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା  : ଆଉ ୨୫ କୋଟିର ସହାୟତା

ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା : ଆଉ ୨୫ କୋଟିର ସହାୟତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page