ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା

June 18, 2021, ଓଡ଼ିଶା, , Anupambharat News Bureau


ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା
Anupambharat News Bureau
June 18, 2021


ଭୁବନେଶ୍ୱର, ୧୮ା୬ (ଅନୁପମ ମିଡିଆ): ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସ୍ନାତକ ଓ ସ୍ନାତକତ୍ତୋର ( ୟୁଜି ଓ ପିଜି)ର ଫାଇନାଲ ସେମିଷ୍ଟାର ପରୀକ୍ଷା ଅନଲାଇନରେ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପରୀକ୍ଷା ଜୁଲାଇ- ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବ । ସଂପୃକ୍ତ ବିଶ୍ୱବିଦ୍ୟାଳୟ ଓ ଅଟନମୋସ ମହାବିଦ୍ୟାଳୟ ଗୁଡିକୁ ପରୀକ୍ଷା ତାରିଖ ସ୍ଥିର କରିବାକୁ କୁହା ଯାଇଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅନଲାଇନରେ ପରୀକ୍ଷା କରାଇବା ନିଷ୍ପତ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କର ବୈଠକରେ ମିଳିଥିବା ପରାମର୍ଶ ଆଧାରରେ ନିଆ ଯାଇଛି । ଏହା ମଧ୍ୟ ସେ କହିଛନ୍ତି ଯେ ଅନ୍ୟ ସେମିଷ୍ଟାର ପରୀକ୍ଷା ଆୟୋଜନ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆ ଯିବ । ଯଦି କୌଣସି ପରୀକ୍ଷାର୍ଥୀଙ୍କର ବ୍ୟାକ ପେପର ଥିବ ତେବେ ସେମାନଙ୍କର ପରୀକ୍ଷା ମଧ୍ୟ ଜୁଲାଇ - ଅଗଷ୍ଟ ସୁଦ୍ଧା ଶେଷ ହେବ । ଯେଉଁ ମାନଙ୍କ ପାଖରେ ଇଣ୍ଟରନେଟ ସୁବିଧା ରହିଛି ସେମାନେ ଘରେ ପରୀକ୍ଷା ଦେଇ ପାରିବେ ତଥା ଯେଉଁ ମାନଙ୍କ ପାଖରେ ଏହି ସୁବିଧା ନାହିଁ ସେମାନେ ନିକଟବ ର୍ତ୍ତୀ ଡିଗ୍ରୀ କଲେଜରେ ପରୀକ୍ଷା ଦେଇ ପାରିବେ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧିକାରୀ ମାନେ କିପରି ଭାବେ ଅନଲାଇନ ପରୀକ୍ଷା ହେବ ସେ ନେଇ ନିଷ୍ପତ୍ତି ଗ୍ରହଣ କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ

Read More...

ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌

ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page