ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ

June 19, 2021, ଓଡ଼ିଶା, , Anupambharat News Bureau


ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ
Anupambharat News Bureau
June 19, 2021


ଭୁବନେଶ୍ୱର, ୧୯ା୬(ଅନୁପମ ମିଡ଼ିଆ): ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର । କଟକ ଖାନନଗର ଶ୍ମଶାନରେ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ଗତକାଲି କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା । ଶନିବାର ସଡକପଥରେ କଟକ ସ୍ଥିତ ସରକାରୀ ବାସଭବନକୁ ତାଙ୍କ ପାର୍ଥିବ ଶରୀର ଅଣାଯାଇଥିଲା । ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ପଣ୍ଡା, ଡିଜିପି ଅଭୟ, ବରିଷ୍ଠ ଆଇପିଏସ ଏମ ଅକ୍ଷୟ, ଅସୀତ ପାଣିଗ୍ରାହୀ, ଓପିଏସଚି ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହ, ଗ୍ରାମାଞ୍ଚଳ ଏସପି ବି ଯୁଗଳକିଶୋର, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କଟକ ସରକାରୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତ୍ର ପ୍ରତ୍ୟହ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ସୂଚନାଯୋଗ୍ୟ ଯେ, ୧୯୬୫ ଅଗଷ୍ଟ ୨୯ରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଡ. ପାଣିଗ୍ରାହୀ ଜଣେ ଦକ୍ଷ ପ୍ରଶାସକ ସହିତ ସୁସାହିତି୍ୟକ ଓ ଦ୍ୱିଭାଷୀ ଲେଖକ ଥିଲେ । ରେଭେନ୍ସା କଲେଜରୁ ସ୍ନାତକ ପାସ ପରେ ବାଣୀବିହାରରୁ ପିଜି ପରେ ୧୯୯୧ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ । ଚାକିରି ଜୀବନ କାଳରେ ସେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଉପନ୍ୟାସ, ଗୀତିକବିତା ରଚନା କରିବା ସହ ଦ୍ୱିଭାଷୀ ସାହିତି୍ୟକ ଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ କନ୍ନଡ ଭାଷାରେ ଅନୁବାଦ
ହୋଇଛି । ୨୦୦୨ରେ ସେ କ୍ଷୁଦ୍ରଗଳ୍ପ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହାଛଡା ସେ ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସହ ମିଶି ଓଡିଆ ଲିଟରେଚର ଫେଷ୍ଟିଭାଲ ଆରମ୍ଭ କରିଥିଲେ । ତାଙ୍କର ମୃତୁ୍ୟରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ :  ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ : ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

Read More...

  ମିଲ୍‍ଖା ସିଂହଙ୍କ ପରଲୋକ

ମିଲ୍‍ଖା ସିଂହଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page