ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

May 24, 2019, ଓଡ଼ିଶା, , Anupambharat News Bureau


ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ
Anupambharat News Bureau
May 24, 2019

ଭୁବନେଶ୍ୱର,୨୩ ।୫ (ଅନୁପମ ମିଡିଆ): ବିଜୁ ଜନତା ଦଳ ବା ବିଜେଡି ପୁଣିଥରେ ବାଜିମାତ୍‌ କରିଛି । ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରି ଦଳ ପଞ୍ଚମଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦେଶ ତମାମ ମୋଦି ସୁନାମୀ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ନବୀନ ଏହାକୁ ରୋକିବାରେ ସଫଳ ହୋଇଛନ୍ତି । ବିଧାନସଭା ଭୋଟ ଗଣତି ଏବଂ ଘୋଷିତ ଫଳାଫଳକୁ ଦେଖିଲେ ରାଜ୍ୟରେ ମୋଦି ପ୍ରଭାବ ପୁରା ଫିକା ପଡ଼ିଥିବା ପ୍ରମାଣିତ ହୋଇଛି ।
ଶେଷ ଖବର ଅନୁସାରେ ଦଳ ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ବହୁ ଆଗୁଆ ରହିଥିବା ବେଳେ ବିଜେପି ଦ୍ୱିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହଛି । ଶେଷ ଖବର ସୁଦ୍ଧା ବିଧାନସଭା ଆସନରେ ବିଜେଡି ୧୧୩ ସିଟ୍‌, ବିଜେପି ୨୧ଟି , କଂଗ୍ରେସ ୧୦ଟି ଏବଂ ଅନ୍ୟାନ୍ୟ ୨ଟି ଆସନରେ ଆଗୁଆ ଅଛନ୍ତି । ସେହିପରି ଲୋକସଭା ଆସନରେ ବିଜେଡି ୧୬ ଓ ବିଜେପି ୫ଟିରେ ଆଗୁଆ ଅଛନ୍ତି । ପ୍ରଥମ ଦୁଇଟି ରାଉଣ୍ଡରେ ଗଣତି ମନ୍ଥର ଥିଲା , ତାହା ସାଧାରଣ ଭାବେ ହୋଇଥାଏ । ପରବର୍ତୀ ରାଉଣ୍ଡରେ ଭୋଟ୍‌ ଗଣତି ଜଲଦି କରିବାକୁ ଅଧିକରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଇତି ମଧ୍ୟରେ ନବରଙ୍ଗପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ୭୦୭୯ ଭୋଟ୍‌ ରେ ହରାଇ ସେ ବିଜୟୀ ହୋଇଛନ୍ତି । ସଦ୍ୟତମ ଟ୍ରେଣ୍ଡକୁ ବିଚାରକୁ ନେଲେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର ସ୍ଥିତି ହରାଇଛି । ବିଜେପି ବଢୁଛି । ସେହିପରି ଶାସକ ଦଳ ବିଜେଡି ମଧ୍ୟ ସଂଖ୍ୟା ହ୍ରାସ ପାଉଛି । ମାତ୍ର ଟ୍ରେଣ୍ଡରେ ଆଗୁଆ ରହିଛି ବିଜେଡି । ସିପିଏମ୍‌ ତାର ସ୍ଥିତି ବଜାୟ ରଖିଛି । ଟ୍ରେଣ୍ଡ କହୁଛି ସ୍ୱାଧୀନ ପ୍ରାର୍ଥୀ ଭୋଟ୍‌ ଦୌଡରୁ ବହୁ ଦୂରରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ୨ଟି ଆସନ ବିଜେପୁର ଓ ହିଂଜିଳିରୁ ଲଢିଛନ୍ତି । ଉଭୟ ଆସନରେ ସେ ଆଗରେ ରହିଛନ୍ତି । ସେହିପରି ମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ତଥା ବିଜେଡି ପ୍ରାର୍ଥୀ ସେମାନଙ୍କର ସ୍ଥିତି ବଜାୟ ରଖିଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଞ୍ଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ରହିଥିବା ସାଧାରଣ କର୍ମୀ ଓ ନେତାମାନଙ୍କୁ ମଧ୍ୟ ଅନୁରୂପ ଭାବେ ନିଜର କୃତଜ୍ଞତା ଜଣାଇଥିଲେ । କେବଳ ସେତିକି ନୁହେଁ ଦଳକୁ ବହୁମତ ଦେଇ କ୍ଷମତାକୁ ଆଣିଥିବା ମହିଳାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ ।
ସମଦୂରତା ସମ୍ପର୍କିତ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ‘ଲେଟ ଆସ ସି’ । ଦଳର ସଫଳତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲା ବେଳେ ନବୀନ ନିବାସଠାରେ ଥିବା ତାଙ୍କର ସମର୍ଥକ, ପ୍ରଶଂସକ ଓ ବିଜେଡ଼ି ପ୍ରେମୀ ବହୁ ସଂଖ୍ୟାରେ ଯାଇ ନବୀନ ବାବୁଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ ମହିଳାମାନେ ହୁଳହୁଳି ଦେଇ ନବୀନ ବାବୁଙ୍କୁ ସ୍ୱାଗତ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

Read More...

ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page