୨୩ରୁ ୟୁଏଇ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ

June 21, 2021, ଦେଶ, , Anupambharat News Bureau


୨୩ରୁ ୟୁଏଇ ଓ ଭାରତ  ମଧ୍ୟରେ ବିମାନ ସେବା ଆରମ୍ଭ
Anupambharat News Bureau
June 21, 2021


ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁଁ ୟୁନାଇଟେଡ ଆରବ ଏମିରେଟସ ଓ ଭାରତ ମଧ୍ୟରେ ବନ୍ଦ ରହିଥିବା ବିମାନ ଉଡାଣ ସେବା ଆସନ୍ତା ୨୩ରୁ ପୁଣିଥରେ ଚାଲିବ । କଟକଣା ହଟିବା ପରେ ଦୁଇ ଦେଶ ମଧ୍ୟରେ ଚାଲିବ ବିମାନ ସେବା । ଏମିରେଟସ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୩ ତାରିଖରୁ ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ ହେବ । ୟୁଏଇ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯାତ୍ରୀମାନେ ହିଁ ଦୁବାଇ ଯାଇପାରିବେ । ଏହା ସହ ଯାତ୍ରୀ ମାନଙ୍କ ପାଇଁ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ରିପୋର୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କୋଭିଡ ପୂର୍ବରୁ ୟୁଏଇ ଓ ଭାରତ ମଧ୍ୟରେ ସପ୍ତାହରେ ୩୦୦ରୁ ଅଧିକ ବିମାନ ଯାତାୟତ କରୁଥିଲା । ହେଲେ କରୋନା ସଂକ୍ରମଣ ଯୋଗୁଁ ଗତ ଏପ୍ରିଲରୁ ବିମାନ ସେବା ବନ୍ଦ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

Read More...

ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page