କରୋନା ଚାପ: ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

June 21, 2021, ଓଡ଼ିଶା, , Anupambharat News Bureau


କରୋନା ଚାପ:  ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ
Anupambharat News Bureau
June 21, 2021

ଭୁବନେଶ୍ୱର, ୨୧ା୬ (ସ୍ୱତନ୍ତ୍ର ପ୍ରତିନିଧି): କରୋନା ମାଡ଼ରେ ଉଜୁଡ଼ି ଯାଇଛି ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା । ମଲ୍‌, ସୋ’ରୁମ୍‌ ସବୁ ବନ୍ଦ । ତେଜରାତି ଦୋକାନର କିଣାବିକା ସମୟରେ କଟକଣା ଯୋଗୁ ଖୁଚୁରା କାରବାର କମିଛି । ଶିଳ୍ପ, ପରିବହନ, ମନୋରଞ୍ଜନ, ପର୍ଯ୍ୟଟନ ଓ ହୋଟେଲ୍‌ ଶିଳ୍ପ ଭଳି ନିଯୁକ୍ତି ଓ ରୋଜଗାରର ପ୍ରମୁଖ ଉତ୍ସ ବନ୍ଦ ରହିଛି । ଏପଟେ ଘରେ ଘରେ କରୋନାଜନିତ ବ୍ୟୟ ବଢି ଚାଲିଛି । ରାଜ୍ୟ ଅର୍ଥନୀତିରେ ସମ୍ପୂର୍ଣ୍ଣ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଏହାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ସରକାରଙ୍କ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌ ହୋଇଛି ।
ଓଡ଼ିଶା ଭଳି ପ୍ରାୟ ସବୁ ରାଜ୍ୟ ଏବେ କରୋନାଜନିତ ମାନ୍ଦାବସ୍ଥାର ଶିକାର ହୋଇଛନ୍ତି । ଇତିମଧ୍ୟରେ ଅର୍ଥନୀତିକୁ ସୁଧାରିବା ଉପରେ କେତେକ ରାଜ୍ୟ ସର୍ବାଧିକ ଫୋକସ୍‌ କରିଛନ୍ତି । ଉଦାହରଣ ସ୍ୱରୂପ, ଅର୍ଥନୀତିକୁ ସୁଧାରିବା ପାଇଁ କେରଳ ସରକାରଙ୍କ ୧୦୦ଦିନିଆ ଆକ୍ସନ୍‌ ପ୍ଲାନ୍‌ ଗତ ଜୁନ୍‌ ୧୧ରୁ କାର୍ଯ୍ୟକାରୀ ହୋଇଛି । ଏହା ସେପେଫମ୍ବର୍‌ ୨୫ଯାଏଁ ଚାଲିବ । ଏହି ସମୟସୀମା ଭିତରେ ରାଜ୍ୟରେ ୭୭,୦୦୦ ନୂଆ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ମୋଟ ୨ହଜାର ୪୬୫ କୋଟି ଟଙ୍କା ବ୍ୟୟ ଅଟକଳର ଏହି ଆକ୍ସନ୍‌ ପ୍ଲାନ୍‌ରେ କୃଷି ଉପିାଦନ ବୃଦ୍ଧି ଓ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ସୁଦୃଢୀକରଣକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଛନ୍ତି । ବିକାଶ କାର୍ଯ୍ୟ ପାଇଁ ବିଶ୍ୱବ୍ୟାଙ୍କ ସମେତ କିଛି ଅନ୍ତର୍ଜାତୀୟ ସଙ୍ଗଠନରୁ କେରଳ ସରକାର ଆହୁରି ୫ହଜାର ୯୦୯ କୋଟି ସଂଗ୍ରହ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ଉପରେ ନଜର ପକାଇବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମହାମାରୀର ମୁକାବିଲା ଉପରେ ବିଶେଷ ଫୋକସ୍‌ କରୁଛନ୍ତି । ଜିଲ୍ଲାସ୍ତରୀୟ ବିଭିନ୍ନ ମେଡିକାଲ୍‌ର ମୌଳିକ ଭିତ୍ତିଭୂମି ସୁଦୃଢୀକରଣ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇବା ପାଇଁ ବିପୁଳ ବ୍ୟୟବରାଦ କରାଯାଇଛି । ତେବେ ନିଯୁକ୍ତି କ୍ଷେତ୍ର ଉପରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଦୃଷ୍ଟି ପକାଇ ନାହାନ୍ତି । କରୋନାର ଆବିର୍ଭାବ ପରେ ପରେ ନୂତନ ନିଯୁକ୍ତି ଉପରେ ରାଜ୍ୟ ସରକାର ରୋକ୍‌ ଲଗାଇଥିଲେ । ଇତିମଧ୍ୟରେ ପ୍ରାୟ ଦେଢ ବର୍ଷ ବିତିଗଲାଣି ହେଲେ ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ କୌଣସି ବିଭାଗରେ ନୂତନ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନିଆ ଯାଇନାହିଁ ।
କରୋନାର କଳା ସମୟ ଭିତରେ, ଚାକିରିକୁ ଆଶା କରି ବସିଥିବା ଅନେକ ଯୁବକଯୁବତୀଙ୍କ ବୟସ ଗଡ଼ି ଗଲାଣି । ରାଜ୍ୟ ସରକାର ନିକଟରେ ନିର୍ମାଣ ଶ୍ରମିକ, ସହରାଞ୍ଚଳ ଉଠାଦୋକାନୀ, ‘କାଳିଆ’ ହିତାଧିକାରୀ ଚାଷୀ, ଭୂମିହୀନ ଓ କରୋନା ଅନାଥଙ୍କ ଭଳି ବିଭିନ୍ନ ବର୍ଗଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଦୁଃଖର ବିଷୟ, ଦେଶର ମେରୁଦଣ୍ଡ କୁହାଯାଉଥିବା ନିଯୁକ୍ତି ଆଶାୟୀ ଶିକ୍ଷିତ ବେକାର ଯୁବବର୍ଗଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପ୍ୟାକେଜ୍‌ର ଘୋଷଣା ହୋଇନାହିଁ । କରୋନାଜନିତ ପରିସ୍ଥିତିକୁ ହିସାବକୁ ନେଲେ କେରଳ ଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି ।
ଏବେ ମଧ୍ୟ ସେଠାରେ ଦୈନିକ ହାରାହାରି ଆକ୍ରାନ୍ତଙ୍କ ସଂଖ୍ୟା ୧୪,୦୦୦ ଓ ମୃତକଙ୍କ ସଂଖ୍ୟା ୧୫୦ ଉପରେ ରହୁଛି । ତେବେ ବିଜୟନ୍‌ଙ୍କ ସରକାର କରୋନା ମାଡ଼ରେ ଉଜୁଡ଼ି ଯାଇଥିବା କେରଳ ରାଜ୍ୟ ଅର୍ଥନୀତିକୁ ସୁଧାରିବା ପାଇଁ ସୁଚନ୍ତିତ ପଦକ୍ଷେପ ନେଇଛନ୍ତି । ଆମ ରାଜ୍ୟରେ ମଧ୍ୟ ଆଣେwଇ ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏକ ସୁବ୍ୟବସ୍ଥିତ ଆକ୍ସନ୍‌ ପ୍ଲାନ୍‌ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ଘର ବୁଡ଼ି ପାଣି ଆଣwିଏ ଭଳି ପରିସ୍ଥିତି ସୃଷ୍ଟି ହେବ । ତେଣୁ, ଅର୍ଥନୀତି କ୍ଷେତ୍ରର ଅଭିଜ୍ଞ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରି ରାଜ୍ୟ ସରକାର ଏ ଦିଗରେ ତୁରନ୍ତ କିଛି ଠୋସ୍‌ ପଦକ୍ଷେପ ନିଅନ୍ତୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

Read More...

ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ

ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page