ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

June 29, 2021, ଓଡ଼ିଶା, , Anupambharat News Bureau


ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Anupambharat News Bureau
June 29, 2021


ବାଲେଶ୍ୱର,୨୮ା୬(ଅନୁପମ ମିଡ଼ିଆ):ଚାନ୍ଦିପୁର ଅଞ୍ଚଳରେ ଥିବା ଭାରତୀୟ ପ୍ରତିରକ୍ଷା ଗବେଷଣ ଉନ୍ନୟନ ସଂସ୍ଥା (ଡିଆରଡ଼ିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୦.୫୫ ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ଥିବା ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଉତ୍‌କ୍ଷେପଣ କେନ୍ଦ୍ରରୁ ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଏହି ଆଣବିକ ଶକ୍ତି ସମ୍ପୂର୍ଣ୍ଣ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟର ରହିଛି । ‘ଅଗ୍ନି ପ୍ରାଇମ୍‌’ର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନି-୧ ପ୍ରାଇମ ମିଶାଇଲ୍‌ ଅଗ୍ନି-୧ର ଏକ ଉନ୍ନତ ସଂସ୍କରଣ । ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି-୧ ପ୍ରାଇମ୍‌ । ସ୍ୱଦେଶୀ ଜ୍ଞାନ କୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି । ଅଗ୍ନି-୩ ଓ ଅଗ୍ନି-୪କୁ ବିକଶିତ କରାଯାଇ ଅଗ୍ନିପ୍ରାଇମ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଅଗ୍ନି-୧ର ନୂଆ ସଂସ୍କରଣ ବୋଲି କୁହାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୭୦୦ରୁ ୮୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଅଗ୍ନି ସିରିଜର ପ୍ରଥମ ମିସାଇଲ ୧୯୮୯ରେ ପରୀକ୍ଷଣ ହୋଇଥିଲା । ୨୦୦୪ରେ ଏହାକୁ ସେନାରେ ସାମିଲ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡ଼.ବଂଶୀଧର ମାଝୀ ଭିଏସଏସୟୁଟି ନୂତନ କୁଳପତି

ଡ଼.ବଂଶୀଧର ମାଝୀ ଭିଏସଏସୟୁଟି ନୂତନ କୁଳପତି

Read More...

କରୋନା ପ୍ରଭାବିତଙ୍କୁ ଆର୍ଥିକ ସହାୟତା   : କେନ୍ଦ୍ରର ୧.୧ ଲକ୍ଷ କୋଟିର ପ୍ୟାକେଜ

କରୋନା ପ୍ରଭାବିତଙ୍କୁ ଆର୍ଥିକ ସହାୟତା : କେନ୍ଦ୍ରର ୧.୧ ଲକ୍ଷ କୋଟିର ପ୍ୟାକେଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page