ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

May 24, 2019, ଓଡ଼ିଶା, , Anupambharat News Bureau


ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ
Anupambharat News Bureau
May 24, 2019

ସାଲେପୁର,୨୪ା୫ (ଅନୁପମ ମିଡ଼ିଆ): ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ସାଲେପୁର ଅଞ୍ଚଳର ଏକାଧିକ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଗତକାଲି ନିର୍ବାଚନ ଫଳ ପ୍ରକାଶ ପାଇବାପରେ କମେଣ୍ଟମରାକୁ କେନ୍ଦ୍ର କରି ଭୀମଦାସପୁର ପଞ୍ଚାୟତରେ ଉତ୍ତେଜନା ଦେଖାଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଆଜି ଦିନ ପ୍ରାୟ ୩ଟା ସମୟରେ ଉଲଦିଆ ଗ୍ରାମର ବିଭୁତିଭୂଷଣ ବାରିକ ଓ ପ୍ରଭାତ କୁମାର ନାୟକଙ୍କ ସମେତ ୧୦ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକ ବାହାଘର ଉତ୍ସବରେ ଯୋଗଦେଇ ବୋଲେରୋ ଯୋଗେ ଘରକୁ ଫେରୁଥିବାବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଭୀମଦାସପୁର ପଞ୍ଚାୟତର ସରପଞ୍ଚ କିଶୋର ଚନ୍ଦ୍ର ନାୟକ ତାଙ୍କ ପୁତ୍ର ଅମିତ୍‌ ନାୟକ ଓ ଅନ୍ୟଜଣେ ସହଯୋଗୀ ଅନୁପ ନାୟକ ଭୁଜାଲି, ଲୁହାରଡ୍‌ ସାହାଯ୍ୟରେ ବୋଲେରୋ ଗାଡ଼ିଟିକୁ ଅଟକାଇ ବିଭୁତିଭୂଷଣ ବାରିକ ଓ ପ୍ରଭାତ କୁମାର ନାୟକଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସ୍ଥାନୀୟ ଲୋକେ ଆହତ ହୋଇଥିବା ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ଉଭୟଙ୍କୁ କଟକ ପଠାଇ ଦେଇଛି । ଏହାନେଇ ଉକ୍ତ ଗାଡ଼ିରେ ଥିବା ମନୋରଂଜନ ପରିଡ଼ା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚାଲୁ ରଖିଛି । ସେହିପରି କିଶୋର ଚନ୍ଦ୍ର ନାୟକ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ମାମଲା ହୋଇଛି ।
ସେହିପରି ଗତକାଲି ବିଜେଡି ପ୍ରାର୍ଥୀ ବିଜୟ ହେବାପରେ କେତେକ ଯୁବକ ଶୋଭାଯାତ୍ରାରେ ଯାଉଥିବାବେଳେ ରାସ୍ତାର ବାମପଟରେ ଛିଡା ହୋଇଥିବା ଜଣେ ଯୁବକକୁ ମାରଧର କରିବାରୁ ଉକ୍ତ ଯୁବକର ମୁଣ୍ଡ ଫାଟି ଯାଇଥିବା ଜଣାଯାଇଛି । ଏହି ଘଟଣାରେ ସାଲେପୁର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

Read More...

ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page