ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

July 12, 2021, ଦେଶ, , Anupambharat News Bureau


ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା
Anupambharat News Bureau
July 12, 2021


ନୂଆଦିଲ୍ଲୀ, ୧୨ା୭: ଆସନ୍ତା ସେପେଫମ୍ବର ୧୨ ତାରିଖରେ କୋଭିଡ୍‌ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି (ମଙ୍ଗଳବାର)ଅପରାହ୍ନ ୫ଟାରୁ ଏନଟିଏ େୱବସାଇଟ୍‌ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ
ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି ଯେ ସାମାଜିକ ଦୂରତା ନିୟମକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷୀରେ ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି । ଗତବର୍ଷ ୩ ହଜାର ୮୬୨ଟି ପରୀକ୍ଷା କେନ୍ଦ୍ର ବ୍ୟବହାର ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯିବ ।
କୋଭିଡ୍‌ ନିୟମକୁ ମଧ୍ୟ ପାଳନ କରାଯିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ପ୍ରଦାନ କରାଯିବ । ସେହିପରି ପରୀକ୍ଷାର୍ଥୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ସମୟ ନିର୍ଦ୍ଧାରଣ କରାଯିବା ସହ କଣ୍ଟାକଫଲେସ୍‌ ପଞ୍ଜିକରଣ, ପରୀକ୍ଷା କେନ୍ଦ୍ରର ସାନିଟାଇଜେସନ ଏବଂ ପରୀକ୍ଷା ହଲରେ ସାମାଜିକ ଦୂରତା ରକ୍ଷା କରାଯିବ ବୋଲି ପ୍ରଧାନ ଟ୍ୱିଟ୍‌ କରିଛନ୍ତି । ପରୀକ୍ଷା ପୂର୍ବରୁ ଏବଂ ପରେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍‌ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।ଉଲ୍ଲେଖନୀୟ ଯେ, ପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Read More...

ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page