ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%: ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ

August 03, 2021, ଦେଶ, , Anupambharat News Bureau


ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%:  ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ
Anupambharat News Bureau
August 03, 2021


ନୂଆଦିଲ୍ଲୀ,୩ା୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସିବିଏସ୍‌ଇର ଏହି ଦଶମ ଶ୍ରେଣୀ ପରୀକ୍ଷାରେ ସମଗ୍ର ଦେଶରେ ୯୯ ପ୍ରତିଶତରୁ ଉର୍ଦ୍ଧ୍ୱ ସଂଖ୍ୟକ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗତବର୍ଷ ଯାହା ୯୧.୪୬ ପ୍ରତିଶତ ପାସ୍‌ ହାର ରହିଥିଲା ତାହା ଚଳିତ ବର୍ଷ ପାଖାପାଖି ଶତପ୍ରତିଶତକୁ ସ୍ପର୍ଶ କରିଛି । ଏପରିକି ସିବିଏସ୍‌ଇ ପକ୍ଷରୁ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ୮ଟି ରାଜ୍ୟରେ ପାସ୍‌ ହାର ଶହେ ପ୍ରତିଶତ ଥିବା ସୂଚନାରୁ ଜଣାପଡିଛି । ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପୁଡ଼ୁଚେରୀ, ନାଗାଲାଣ୍ଡ, ମିଜୋରାମ, ମେଘାଳୟ, ଲକ୍ଷାଦ୍ୱୀପ ପ୍ରଭୃତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ପାସ୍‌ ହାର ଶତପ୍ରତିଶତ ରେକର୍ଡ ହୋଇଛି । ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ଶତପ୍ରତିଶତ ଫଳାଫଳ ହାସଲ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଭୟଙ୍କର କରୋନା ମହାମାରୀ ଯୋଗୁଁ ମଇ ମାସ ଓ ଜୁନ୍‌ ମାସରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଥିଲା । ଦେଶରେ ଦ୍ୱିତୀୟ ଲହର କୋଭିଡ଼-୧୯ ସଂକ୍ରମଣ ଥିବା ଯୋଗୁଁ ପରୀକ୍ଷା ପରିଚାଳନା କରିବା କଷ୍ଟକର ହୋଇଥିଲା । ତେଣୁ ଇଣ୍ଟରନାଲ ପରୀକ୍ଷା ଫଳକୁ ଆଧାର କରି ଏହି ଦଶମ ବୋର୍ଡ ପରୀକ୍ଷା ଫଳାଫଳକୁ ଚୂଡ଼ାନ୍ତ କରାଯାଇଛି । ମୁଖ୍ୟତଃ ୟୁନିଟ୍‌ ଟେଷ୍ଟ୍‌, ମିଡ୍‌ ଟର୍ଣ୍ଣ ଏବଂ ପ୍ରି-ବୋର୍ଡ ପରୀକ୍ଷାର ମୂଲ୍ୟାୟନକୁ ଆଧାର କରି ଏହି ଦଶମ ବୋର୍ଡ ପରୀକ୍ଷା ଫଳାଫଳ ସ୍ଥିର କରାଯାଇଛି ।
ତେଣୁ ବୋର୍ଡ ପକ୍ଷରୁ ଏଯାବତ କୌଣସି ଟªରଙ୍କ ନାମ ଘୋଷଣା କରାଯାଇନାହିଁ । ଚଳିତବର୍ଷ ବୋର୍ଡ ପକ୍ଷରୁ ସ୍ଥିର କରଯାଇଛି ଯେ, କୌଣସି ମେରିଟ୍‌ ଲିଷ୍ଟ କିମ୍ବା ମେରିଟ ସାର୍ଟିଫିକେଟ ଜାରି କରାଯିବ ନାହିଁ । ସମସ୍ତ ଛାତ୍ରଙ୍କ ମଧ୍ୟରୁ ୧୨ ପ୍ରତିଶତରୁ ଉର୍ଦ୍ଧ୍ୱ ଛାତ୍ର ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ସ୍କୋର ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଯେଉଁ ୨୦.୯୭ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି, ସେଥିରେ ୨୦.୭୭ ଲକ୍ଷ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଅର୍ଥାତ୍‌ ୯୯.୦୪ ପ୍ରତିଶତ ଫଳାଫଳ ହାସଲ ହୋଇପାରିଛି । ଏହା ବ୍ୟତୀତ ୧୬ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଫଳାଫଳ ଘୋଷଣା କରାଯାଇନାହିଁ । ସିବିଏସ୍‌ଇ ପକ୍ଷରୁ ଫଳାଫଳ ଜାଣିବା ପାଇଁ େୱବ୍‌ସାଇଟ ଉପଲବ୍ଧ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ରୁସା’ରୁ ଓଡିଶାକୁ ମିଳିଛି ୩୯୫.୪୨କୋଟି

‘ରୁସା’ରୁ ଓଡିଶାକୁ ମିଳିଛି ୩୯୫.୪୨କୋଟି

Read More...

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page