ପାରିବାରିକ ଅଶାନ୍ତିରୁ ବିଭତ୍ସକାଣ୍ଡ : ସ୍ତ୍ରୀକୁ ଜୀଅନ୍ତା ଜାଳିଲା

August 05, 2021, ଓଡ଼ିଶା, , Anupambharat News Bureau


ପାରିବାରିକ ଅଶାନ୍ତିରୁ ବିଭତ୍ସକାଣ୍ଡ :  ସ୍ତ୍ରୀକୁ ଜୀଅନ୍ତା ଜାଳିଲା
Anupambharat News Bureau
August 05, 2021


ଛତ୍ରପୁର,୪ ।୮(ଅନୁପମ ମିଡ଼ିଆ) : ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀ ଉପରେ ବିଚ୍‌ ରାସ୍ତାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କରିବା ଘଟଣା ବୁଧବାର ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଲୋମହର୍ଷଣ ଘଟଣା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ସ୍ଥିତ ସାନ ଆର୍ଯ୍ୟପ୍ଲଲୀରେ ଘଟିଛି । ତେବେ ଅର୍ଦ୍ଧଦU ଅବସ୍ଥାରେ ପୀଡ଼ିତାକୁ ଉଦ୍ଧାର କରି ଗ୍ରାମବାସୀ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଏଭଳି କାଣ୍ଡ ଘଟାଇଥିବା ନର ରାକ୍ଷାସ ସ୍ୱାମୀକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନାନୁସାରେ, ସାନଆର୍ଯ୍ୟ ପଲ୍ଲୀ ଗ୍ରାମର ବି.ମୁକୋଡୁଙ୍କ ସହ ଏରାମ୍ମା ବିବାହ କରିଥିଲେ । ସେମାନଙ୍କର ଦୁଇଝିଅ, ଗୋଟିଏ ପୁଅ ରହିଛନ୍ତିି । ହେଲେ ଦୀର୍ଘ ଏକବର୍ଷ ହେଲା ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଅସନ୍ତୋଷ ପରେ ଉଭୟ ପରସ୍ପର ଅଲଗା ରହୁ ଆସୁଥିଲେ । ଏରାମ୍ମା ପିଲାଙ୍କୁ ଧରି ନିଜ ବାପ ଘରେ ରହୁଥିଲେ । ଆଜି ଏରମ୍ମା ଟିଫିନ୍‌ କ୍ୟାରେଜ୍‌ ଧରି ଶ୍ରମିକ କାମ କରିବା ପାଇଁ ଅନ୍ୟ ମହିଳା ଶ୍ରମିକଙ୍କ ସହ ଘରୁ ବାହାରିଥିଲେ । ତେବେ ଗାନ୍ଧିଛକଠାରେ ଏରମ୍ମାର ରାସ୍ତା ଅଗାଳିଥିଲା ମୁକୋଡୁ । ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ପରେ ମାରପିଟ ଆରମ୍ଭ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁକୋଡୁ ନିଜ ସହିତ ଆଣିଥିବା ପେଟ୍ରୋଲ ଏରମ୍ମା ଉପରେ ଢ଼ାଳି କେହି କିଛି ବୁଝିବା ଆଗରୁ ନିଆଁ ଲଗାଇ ଦେଇଥିଲା । ହେଦରେ ନିଆଁ ଲାଗିବାରୁ ଏରମ୍ମା ଜୋରରେ ଚିତ୍କାର କରିବା ସହ ଜୀବନ ବଞ୍ଚାଇବାକୁ କାକୁତିମିନତି ହୋଇଥିଲା । ସେହି ସମୟରେ ସେଠାରେ ଉପସ୍ଥିତ ଲୋକ ଦୌଡ଼ି ଆସି ନିଆଁ ଲିଭାଇବା ସହ ଏରମ୍ମାଙ୍କୁ ସଙ୍ଗେ ସଙ୍ଗେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଏରମ୍ମାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏରମ୍ମାଙ୍କ୍‌ ଶରୀରର ୫୦ ଭାଗ ପୋଡ଼ି ଯାଇଥିବା କୁହାଯାଇଛି । ସୂଚନା ପାଇ ଘଟଣା ସ୍ଥଳେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍‌ , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ଏଏସ୍‌ଓ ପ୍ରଭାତି ପଟ୍ଟନାୟକ ପ୍ରମୁଖ ପହଞ୍ଚି ଘଟଣାର ସରଜମିନ୍‌ ତଦନ୍ତ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ବି.ମୁକୋଡୁକୁ ଥାନାରେ ଅଟକ ରଖାଯାଇଥିବା
ବେଳେ ପୀଡିତା ଏରାମ୍ମାଙ୍କ ପିତା ଜି.ଏରେୟା ସାମୁଦ୍ରିକ ଥାନାରେ ଘଟଣା ସମ୍ପର୍କରେ ସାମୁଦ୍ରିକ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲଭଲିନା  ବ୍ରୋଞ୍ଜରେ ସନ୍ତୁଷ୍ଟ

ଲଭଲିନା ବ୍ରୋଞ୍ଜରେ ସନ୍ତୁଷ୍ଟ

Read More...

୧୬ରୁ ଜଗା ଦର୍ଶନ

୧୬ରୁ ଜଗା ଦର୍ଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page