୪୧ ବର୍ଷ ପରେ ହକିରେ ପଦକ

August 05, 2021, ଦେଶ, , Anupambharat News Bureau


୪୧ ବର୍ଷ ପରେ ହକିରେ ପଦକ
Anupambharat News Bureau
August 05, 2021


ଟୋକିଓ, ୫ା୮: ଭାରତୀୟ ପୁରୁଷ ଦଳ ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲ ବ୍ୟବଧାନରେ ପରାଜିତ କରି ଦୀର୍ଘ ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ହକିରେ ଅଲିମ୍ପିକ୍ସ ପଦକ ହାସଲ କରିଛି । ଶେଷ ଥର ପାଇଁ ଭାରତ ୧୯୮୦ ମୋସ୍କୋ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ପୁରୁଷ ହକି ଦଳର ଏହି ସଫଳତାରେ ସର୍ବତ୍ର ଖୁସିର ଲହର ଦେଖିବାକୁ ମିଳିଛି ।
ଚାରି ବର୍ଷରେ ଥରେ ଅଲିମ୍ପିକ୍ସ ଆୟୋଜିତ ହେଲେ ପଦକ ଜିତିବା ଆଶା ସୃଷ୍ଟି ହେଉଥିବା ବେଳେ ଶେଷରେ ନିରାଶ ହେବାକୁ ପଡୁଥିଲା । ତେବେ ଗୁରୁବାର ଏଥିରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଭାରତୀୟ ଖେଳାଳି ପ୍ରତିପକ୍ଷ ଜର୍ମାନୀଠାରୁ ସମସ୍ତ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ସହ ରୋମାଞ୍ଚକର ଲଢ଼େଇରେ ପରାଜିତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।ସିମରନ୍‌ଜୀତ ସିଂଙ୍କ ଡବଲ୍‌ ଗୋଲ ସମେତ ହାର୍ଦ୍ଧିକ ସିଂ, ହରମନ୍‌ପ୍ରୀତ ସିଂ ଏବଂ ରୂପିନ୍ଦର ପାଲ ସିଂଙ୍କ ଭାରତ ପାଇଁ ଗୋଲ ସ୍କୋର କରିଥିଲେ ।
ମ୍ୟାଚ ଆରମ୍ଭର ଦ୍ୱିତୀୟ ମିନ୍‌ଟରେ ଜର୍ମାନୀ ଖେଳାଳି ଗୋଲ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ । ତେବେ ୧୭ ତମ ମିନଟରେ ସିମରନଜୀତ ଗୋଲ ପରିଶୋଧ କରି ସ୍କୋରକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ । ତେବେ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ଖେଳାଳି ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିବା ଆରମ୍ଭ କରି ଲଗାତାର ଦୁଇଟ ଗୋଲ ଦେଇ ବ୍ୟବଧାନକୁ ୩-୧କୁ ବୃଦ୍ଧି କରିଥିଲା । ଏହାପରେ ହାର୍ଦ୍ଧିକ ସିଂ ଗୋଟିଏ ଗୋଲ ଦେଇ ବ୍ୟବଧାନକୁ ୨-୩କୁ ହ୍ରାସ କରିଥିଲେ । ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟର ସମୟ ଶେଷ ଆଡ଼କୁ ହରମନପ୍ରୀତ ଆଉ ଗୋଟିଏ ଗୋଲ ଦେଇ ସ୍ଥିତିକୁ ୩-୩କୁ ଆଣିଥିଲେ । ତେବେ ମନପ୍ରୀତଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ପାଇଁ ମ୍ୟାଚର ତୃତୀୟାର୍ଦ୍ଧ ବେଶ ଫଳପ୍ରଦ ହୋଇଥିଲା । ରୂପିନ୍ଦର ପାଲ ସିଂଙ୍କୁ ମିଳିଥିବା ପେନାଲଫିକୁ ସେ ଗୋଲରେ ରୂପାନ୍ତର କରିବାରେ ସଫଳ ହେବା ସହ ବ୍ୟବଧାନକୁ ୪-୩କୁ ବୃଦ୍ଧି କରିଥିଲେ । ଏହା ପରେ ପରେ ସିମରନଜୀତ ଆଉ ଏକ ଗୋଲ ସ୍କୋର କରି ଦଳକୁ ୫-୩କୁ ବୃଦ୍ଧି କରିଥିଲେ । ଏହାପରେ ଜର୍ମାନୀ ଦଳ ଭାରତୀୟ ଗୋଲ ପୋଷ୍ଟରେ ଉପରେ ବାରମ୍ଭାର ଆକ୍ରମଣ କରିଥିଲେ ସୁଦ୍ଧା ଗୋଲ ଦେବାରେ ବିଫଳ ହୋଇଥିଲା ।
ତେବେ ବହୁ ଉଦ୍ୟମ ପରେ ଶେଷ ଆଡ଼କୁ ଜର୍ମାନୀ ଆଉ ଗୋଟିଏ ଗୋଲ ଦେବା ସହ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲା । ତେବେ ଶେଷ ପର୍ଯ୍ୟନ୍ତ ଭାରତ ଗୋଟିଏ ଗୋଲ ବ୍ୟବଧାନକୁ ବଜାୟ ରଖିବା ସହ ଫିଲï ରକ୍ଷଣାତ୍ମକକୁ ସୁଦୃଢ଼ କରିବାରେ ଲାଗିଥିଲା । ତେବେ ମ୍ୟାଚ ଶେଷ ହେବାକୁ ଦୁଇ ସେକେଣ୍ଡ ରହିଥିବା ବେଳେ ଜର୍ମାନୀକୁ ମିଳିଥିଲା ପେନାଲଫି ସୁଟ । ତେବେ ଗୋଲ ରକ୍ଷକ ଶ୍ରୀଜେସ୍‌ ଏହାକୁ ଗୋଲ ପୋଷ୍ଟରେ ପସିବାକୁ ଦେଇନଥିଲେ । ଏହାପରେ ସମୟ ଶେଷର ହ୍ୱିସିଲ୍‌ ବାଜିଲା ମାତ୍ରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିଜୟର ଲହରୀ ଖେଳିଯାଇଥିଲା । ଆଉ ଦୀର୍ଘ ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାତେଇବାର ଗୌରବ ହାସଲ କରିନେଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରବି ଜିଣିଲେ ରୌପ୍ୟ

ରବି ଜିଣିଲେ ରୌପ୍ୟ

Read More...

ନିୟମ ନମାନିଲେ ପୁଣି ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ, ସମସ୍ତଙ୍କ ସହଯୋଗ କାମନା କଲେ

ନିୟମ ନମାନିଲେ ପୁଣି ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ, ସମସ୍ତଙ୍କ ସହଯୋଗ କାମନା କଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page