ଚୋପ୍ରା ଦେଶ ପାଇଁ ଗର୍ବ: ନବୀନ

August 07, 2021, ଓଡ଼ିଶା, , Anupambharat News Bureau


 ଚୋପ୍ରା ଦେଶ ପାଇଁ ଗର୍ବ: ନବୀନ
Anupambharat News Bureau
August 07, 2021


­ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଜାଭେଲିନ୍‌ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବା ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ନୀରଜଙ୍କ ବିଜୟ ଐତିହାସିକ । ନୀରଜଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି । ତାଙ୍କର ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ନବୀନ କହିଛନ୍ତି । ସେହିଭଳି ପୁରୁଷ ଫ୍ରି-ଷ୍ଟାଇଲ୍‌ ୬୫ କେଜି ରେସଲିଂରେ ବଜରଙ୍ଗ ପୁନିଆ ଅଲିମ୍ପିକ୍‌ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାଗ ନେଇ ବିପୁଳ ବିଜୟ ହାସଲପୂର୍ବକ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜ୍ରପାତ ନେଲା ଛ’ ଜୀବନ

ବଜ୍ରପାତ ନେଲା ଛ’ ଜୀବନ

Read More...

ଭାରତ ପାଇଁ ସୁନା ଆଣିଲେ ନୀରଜ

ଭାରତ ପାଇଁ ସୁନା ଆଣିଲେ ନୀରଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page