‘ଅର୍ଥନୀତିକୁ ଶକ୍ତ କରିବା ପାଇଁ ସରକାର ବଦ୍ଧପରିକର’

August 13, 2021, ଦେଶ, , Anupambharat News Bureau


‘ଅର୍ଥନୀତିକୁ ଶକ୍ତ କରିବା ପାଇଁ ସରକାର ବଦ୍ଧପରିକର’
Anupambharat News Bureau
August 13, 2021


ନୂଆଦିଲ୍ଲୀ:ଅର୍ଥନୀତିକୁ ଶକ୍ତ କରିବା ପାଇଁ ସରକାର ବଦ୍ଧ ପରିକର ଏବଂ ଆବଶ୍ୟକ ଅଭିବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ କହିଛନ୍ତି । ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଅଧିବେଶନରେ ଉଦବୋଧନ ଦେଇ ସେ ଏହି ବିଷୟ କହିଛନ୍ତି । ଆତ୍ମନିର୍ଭର ଭାରତ ଗଠନ ପାଇଁ ସରକାର ଓ ବ୍ୟବସାୟୀ ମିଳିତ କାର୍ଯ୍ୟକ୍ରମ ବିଷୟ ଯୁକ୍ତ ଏହି ଅଧିବେଶନରେ ଭିଡିଓ କନଫେରେନ୍ସି ଜରିଆରେ ଉଦବୋଧନ ଦେଇ ଅର୍ଥମନ୍ତ୍ରୀ ଏହି ବିଷୟ କହିବା କହିଛନ୍ତି । ମିଳିତ ଅଂଶଗ୍ରହଣ, ଚିନ୍ତା ଓ ସହଯୋଗରେ ଅର୍ଥନୀତି ଲାଭବାନ ହେବ । କରୋନା କାରଣୁ ଶିଳ୍ପ ଜଗତ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛି ତାହା ମିଳିତ ଉଦ୍ୟମରେ ସମାଧାନ କରାଯାଇପାରିବ । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଶତକଡା ୮.୮୯ ପ୍ରତିଶତ ଅଭିବୃଦ୍ଧି ସରକାରୀ ବ୍ୟୟ ବୃଦ୍ଧି ଯୋଗୁଁ ସମ୍ଭବ ହୋଇପାରିବ । ଅର୍ଥନୀତି ପୁନର୍ଗଠନ ପାଇଁ ସଂସ୍କାର ଜାରି ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏହା ଦ୍ୱାରା ଦେଶର ଅର୍ଥନୀତିର ବିକାଶ ଦ୍ରୁତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସଂସଦରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ଆଇବିସି, କାରଖାନା, ଟ୍ରାଇବୁନାଲ ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କ୍‌ାର ବ୍ୟବସ୍ଥା ଜାରି ରଖାଯିବ । ସରକାର ଯେଉଁ ସବୁ କ୍ଷେତ୍ରକୁ ଘରୋଇକରଣ କିମ୍ବା ପୁଞ୍ଜି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଜାରି ରଖିବେ । ଶିଳ୍ପ ଜଗତ ଆଗେଇ ଆସି ଏହାର ଫାଇଦା ନେବା ସହ ନୂଆ କ୍ଷେତ୍ରରେ ପୁଞ୍ଜି ଲଗାଇବା ପାଇଁ ଅର୍ଥମନ୍ତ୍ରୀ ଆହ୍ୱାନ କରିବା ସହ ଭାରତୀୟ ଶିଳ୍ପ ନୂଆ କ୍ଷେତ୍ର ଆଡକୁ ଅଗ୍ରସର ହେଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>

Read More...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page