ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ: ଦ୍ୱିତୀୟ ଲହର ଯନ୍ତ୍ରଣାଦାୟକ

August 14, 2021, ଦେଶ, , Anupambharat News Bureau


ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ:  ଦ୍ୱିତୀୟ ଲହର ଯନ୍ତ୍ରଣାଦାୟକ
Anupambharat News Bureau
August 14, 2021


ନୂଆଦିଲ୍ଲୀ,୧୪ା୮: ସମଗ୍ର ଦେଶରେ କୋଭିଡ଼-୧୯ କରୋନା ଭୂତାଣୁ ଜନିତ ଯେଉଁ ମହାମାରୀ ଆତଙ୍କ ଖେଳାଇ ଚାଲିଛି ଏହାର ଦ୍ୱିତୀୟ ଲହର ବେଳେ ବହୁ ଲୋକଙ୍କ ଜୀବନ ଯାଇଥିବା ଯୋଗୁଁ ଏହି ପର୍ଯ୍ୟାୟଟି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ବୋଲି ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି । ସ୍ୱାଧୀନତା ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି କୋବିନ୍ଦ ଦୂରଦର୍ଶନ ଜରିଆରେ ସମ୍ବୋଧିତ କରି ଏହା ମଧ୍ୟ କହିଛନ୍ତି ଯେ, ମୃତକଙ୍କ ଉଦ୍ଦେଶ୍ୟରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବ୍ୟକ୍ତିମାନେ ନିଜ ଶରୀର ପ୍ରତି ଯେପରି ସତର୍କତା ଅବଲମ୍ବନ ପୂର୍ବକ ଯତ୍ନ ନେବା ଆବଶ୍ୟକ ତାହା ଜାରି ରଖନ୍ତୁ ବୋଲି ଦେଶବାସୀଙ୍କୁ ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି । ଭାରତୀୟ ସଂସଦ ନିହାତି ଗଣତନ୍ତ୍ରର ଏକ ମନ୍ଦିର ବୋଲି ରାଷ୍ଟ୍ରପତି ସମ୍ବୋଧିତ କରିବା ସହିତ ଏହା ଲୋକପ୍ରତିନିଧିମାନଙ୍କୁ ଆଲୋଚନା ତର୍କବିତର୍କ ଜରିଆରେ ହିଁ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଥାଏ ବୋଲି ସେ କହିଛନ୍ତି । ଗତ କିଛିମାସ ଧରି ଦେଶରେ ଯେଉଁ ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା, ଏ ସମ୍ପର୍କରେ ମଧ୍ୟ ଟିªଣୀ ରଖି ରାଷ୍ଟ୍ରପତି କୋବିନ୍ଦ କହିଥିଲେ ଯେ, ସରକାରଙ୍କ କୃଷି ଆଇନ ଦେଶର ଅନ୍ନଦାତା ଚାଷୀମାନଙ୍କୁ ହିଁ ସଶକ୍ତିକରଣ କରିବ ଏବଂ ସେମାନଙ୍କର ଶସ୍ୟ ଅଧିକ ଦରରେ ବିକ୍ରି ହୋଇପାରିବ । ପ୍ରକାଶ ଥାଉକି ଦେଶରେ କୋଭିଡ଼-୧୯ କଟକଣା ଲାଗୁ ରହିଥିବାଯୋଗୁଁ ଗାଇଡ଼ଲାଇନ ଆଧାରରେ ଦେଶବ୍ୟାପୀ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସାତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Read More...

କଳାରେ ପାସ୍‌ ହାର ୯୮.୫୮ %

କଳାରେ ପାସ୍‌ ହାର ୯୮.୫୮ %

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page