କାବୁଲ୍‌ରୁ ଫେରିଲେ ୧୨୦ଭାରତୀୟ

August 17, 2021, ଦେଶ, , Anupambharat News Bureau


କାବୁଲ୍‌ରୁ ଫେରିଲେ ୧୨୦ଭାରତୀୟ
Anupambharat News Bureau
August 17, 2021


ନୂଆଦିଲ୍ଲୀ: ଆଫ୍‌ଗାନିସ୍ଥାନର ରାଜଧାନୀ କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଗୁଜୁରାଟରେ ଅବତରଣ କରିଛି ଭାରତୀୟ ବାୟୁସେନା । କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା । ଏହା ପରେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯିବାର ଯୋଜନା କରାଯାଇଥିଲା । ଆଜି ସେମାନଙ୍କୁ ସି-୧୭ ଏୟାରକ୍ରାଫଫ ଯୋଗେ ଭାରତ ଅଣାଯାଇଥିବା ବେଳେ ଏବେ ବି କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ରହିଥିବା ଜଣାପଡ଼ିଛି । ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ୩୦୦ରୁ ୪୦୦ ଆଇଟିବିପି ଯବାନ ଆଫଗାନିସ୍ତାନରେ ପହଞ୍ଚିଛନ୍ତି । ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏସ୍‌.ଜୟଶଙ୍କର । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଇ-ଭିସା ତିଆରି ହୋଇଛି । ଏହା ମାଧ୍ୟମରେ ତାଲିବାନ ନିୟନ୍ତ୍ରିତ ଦେଶ ଆଫଗାନିସ୍ତାନକୁ ଛାଡିବାକୁ ଚାହୁଁଥିବା ଲୋକେ ଭିସା ପାଇଁ ଶୀଘ୍ର ଆବେଦନ କରି ଶୀଘ୍ର ଭିସା ପାଇପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

Read More...

ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page