ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ

August 18, 2021, ଦେଶ, , Anupambharat News Bureau


ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ
Anupambharat News Bureau
August 18, 2021


ନୂଆଦିଲ୍ଲୀ, ୧୮ା୮(ଅନୁପମ ମିଡ଼ିଆ): ଏଣିକି ଝିଅ ମାନେ ନ୍ୟାସନାଲ ଡିଫେନ୍ସ ଏକାଡ଼େମୀ (ଏନଡିଏ) ପ୍ରବେଶ ପରୀକ୍ଷା ଦେଇପାରିବେ । ଏନେଇ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଏହି ପରୀକ୍ଷା ଆସନ୍ତା ସେପେଫମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।ମହିଳାଙ୍କୁ ସମାନ ଅବସର ପ୍ରଦାନ କ୍ଷେତ୍ରରେ ସେନାର ଉଦାସିନତା ମନୋବୃତ୍ତି ସମ୍ପର୍କରେ ଆଲୋଚନା କରିଥିଲେ କୋର୍ଟ । ସେନା ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୧୭ ଫେବୃଆରୀ ୨୦୨୦ରେ ସୁପ୍ରିମକୋର୍ଟ ସେନାରେ ମହିଳାଙ୍କ କମାଣ୍ଡିଂ ପଦ ଉପରେ ସ୍ଥାୟୀ କମିଶନ ଦିଆଯିବା ନେଇ ନିର୍ଦ୍ଦେଶ ଜାରୀ କରିଥିଲେ । ଜଷ୍ଟିସ୍‌ ଡ଼ି. ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିଜର ନିଷ୍ପତ୍ତି ଶୁଣାଇ କହିଥିଲେ ଯେ, ମହିଳାଙ୍କୁ ଯୁଦ୍ଧ ବ୍ୟତୀତ ସମସ୍ତ କ୍ଷେତ୍ରରେ ସ୍ଥାୟୀ କମିଶନ ଦିଆଯାଉ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>

Read More...

ବିଜେପି-ବିଜେଡ଼ି କଥା କଟାକଟି

ବିଜେପି-ବିଜେଡ଼ି କଥା କଟାକଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page