ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

May 24, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ
Anupambharat News Bureau
May 24, 2019

ନୂଆଦିଲ୍ଲୀ: ପେମେଣ୍ଟ ବ୍ୟାଙ୍କ୍‌ ଲିମିଟେଡ଼ (ପିପିବି) ଗୁରୁବାର ଦିନ କହିଲେ ଯେ, ସେ ୨୦୧୮-୧୯ରେ ୧୯ କୋଟି ଟଙ୍କା ଲାଭ ହାସଲ କରିଛନ୍ତି । କମ୍ପାନୀ କାରବାରରେ ଦ୍ୱିତୀୟ ବର୍ଷରେ ଲାଭ ଆସିଯାଇଛି । ପିପିବିର ଦାବି ଯେ, ମାର୍ଚ୍ଚ ୨୦୧୯ର ଶେଷ ଆର୍ଥିକ ବର୍ଷରେ ମୋବାଇଲ ବ୍ୟାଙ୍କିଙ୍ଗ୍‌ କାରବାରରେ ସେ ୧୯ ପ୍ରତିଶତ ବଜାର ଭାଗିଦାରୀ ସହିତ ସବୁଠାରୁ ଆଗରେ ରହିଛନ୍ତି ଏବଂ କମ୍ପାନୀର ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତରେ ହେବାକୁ ଥିବା ମୋଟ ମୋବାଇଲ ବ୍ୟାଙ୍କିଙ୍ଗ୍‌ କାରବାରରେ ସେ ପାଖାପାକି ଏକ ମୋବାଇଲ ବ୍ୟାଙ୍କିଙ୍ଗ୍‌ ଦିଆନିଆରେ ପିପିବିର ହାତ ରହିଥିଲା । ତାହାର ନେଟ୍‌ୱାର୍କ ଆଧାରରେ ତିନି ଲକ୍ଷ କୋଟି ଟଙ୍କା ଅଧିକ ଦିଆନିଆ ହୋଇପାରିଥିଲା । ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ଏହା ଆଗରୁ ୨୦୧୭-୧୮ ଶେଷ ବର୍ଷରେ୨୦.୭ କୋଟି ଟଙ୍କା କ୍ଷତି ହୋଇଥିଲା । ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ର ଗଠନ ଅଗଷ୍ଟ ୨୦୧୬ରେ ହୋଇଥିଲା ଏବଂ ସେ ଔପଚାରିକ ଭାବେ ୨୦୧୭ରେ କାରବାର ଆରମ୍ଭ କରିଥିଲା । ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ସିଆଇଓ ସତୀଶ କୁମାର ଗୁପ୍ତା କହିଲେ ଯେ, ବ୍ୟାଙ୍କ୍‌ ଗତ ଆର୍ଥିକ ବର୍ଷରେ ଅପ୍ରତ୍ୟାଶିତ ରୂପେ ଉନ୍ନତିି ମୂଳକ ପ୍ରଦର୍ଶନ କରିଥିଲେ । ସେ କହିଲେ ଯେ, ବ୍ୟାଙ୍କ୍‌ର ଆଶା ୨୦୧୯-୨୦ରେ ସଞ୍ଚଳ ଖାତାରେ ଜମା ୨୪,୦୦୦ କୋଟି ଟଙ୍କାରୁ ବୃଦ୍ଧି ଘଟି ୪୦,୦୦୦ କୋଟି ଟଙ୍କାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ପେଟିଏମ୍‌ର ସଂସ୍ଥାପକ ବିଜୟ ଶେଖର ଶର୍ମାଙ୍କର ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ରେ ୫୧ ପ୍ରତିଶତ ଭାଗିଦାରୀ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

Read More...

ଏଥର ମନ୍ତ୍ରୀ ହେବେନି ଜେଟଲୀ!

ଏଥର ମନ୍ତ୍ରୀ ହେବେନି ଜେଟଲୀ!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page