କ୍ରୀଡ଼ା ଦିବସରେ ଭାରତକୁ ତିନି ପଦକ

August 29, 2021, ଦେଶ, , Anupambharat News Bureau


 କ୍ରୀଡ଼ା ଦିବସରେ ଭାରତକୁ ତିନି ପଦକ
Anupambharat News Bureau
August 29, 2021


ଟୋକିଓ,୨୯ା୮: ରବିବାର ଜାତୀୟ କ୍ରୀଡ଼ା ଦିବସ ଭାରତ ପାଇଁ ଆହୁରି ସ୍ମରଣୀୟ ହୋଇ ପାରିଛି । ଟୋକିଓରେ ଚାଲିଥିବା ପାରାଲିମ୍ପିକରେ ଆଜିର ଦିନରେ ଭାରତ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ତିନୋଟି ପଦକ ହାସଲ କରିଛି ।
ଆଜି ଟେୁବୁଲ୍‌ ଟେନିସ୍‌ରେ ଭାରତର ଭାବିନା ପଟେଲ୍‌ ଏବଂ ହାଇଜମ୍ପରେ ନିଶାଦ କୁମାର ରୌପ୍ୟ ପଦକ ଜିତିଛନ୍ତି । ସେହିଭଳି ଡିସକସ୍‌ ଥ୍ରୋରେ ବିନୋଦ କୁମାର ବ୍ରୋଞ୍ଜ ପଦକ ଜିଣିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷେ ପ୍ରଥମ ପ୍ରୟାସରେ ନିଶାଦ କୁମାର ୨.୦୨ ଓ ଦ୍ୱିତୀୟ ପ୍ରୟାସରେ ୨.୦୬ ମିଟର ଡେଇଁଥିଲେ । ତେବେ ଏହି ଗେମ୍‌ରେ ଆମେରିକାର ରୋଡେରିକ୍‌ ଟାଉନ୍ସେଣ୍ଡ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଆମେରିକାର ଅନ୍ୟତମ ଖେଳାଳି ଡାଲାସ୍‌ ୱାଇଜ୍‌ ଏବଂ ନିଶାଦ କୁମାରଙ୍କୁ ଯୁଗ୍ମ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଆଜି ଏହି ଦୁଇଟି ସଫଳତା ପାଇଥିବା ବେଳେ ଡିସକସ୍‌ ଥ୍ରୋରେ ବିନୋଦ କୁମାର ୧୯.୯୧ ମିଟର ଫିଙ୍ଗି ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ବର୍ଗରେ ପୋଲାଣ୍ଡର ପିଓଟର କୋସେଭିଚ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇକ୍‌ମୋ ଚିକିତ୍ସା ମାଗଣା ଦେବାରେ ଓଡ଼ିଶା ପ୍ରଥମ :  ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ‘ସ୍ମାର୍ଟ’ କରାଯାଉ

ଇକ୍‌ମୋ ଚିକିତ୍ସା ମାଗଣା ଦେବାରେ ଓଡ଼ିଶା ପ୍ରଥମ : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ‘ସ୍ମାର୍ଟ’ କରାଯାଉ

Read More...

ତୃତୀୟ ଲହର ମୁକାବିଲା,  ସରକାର ପ୍ରସ୍ତୁତ

ତୃତୀୟ ଲହର ମୁକାବିଲା, ସରକାର ପ୍ରସ୍ତୁତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page