ଟୋକିଓ ପାରାଲିମ୍ପିକ୍ସ : ଦିନକରେ ଭାରତକୁ ଡବଲ ସ୍ୱର୍ଣ୍ଣ

August 30, 2021, କ୍ରୀଡ଼ା ଓ କ୍ରୀଡ଼ାବିତ, , Anupambharat News Bureau


ଟୋକିଓ ପାରାଲିମ୍ପିକ୍ସ : ଦିନକରେ ଭାରତକୁ ଡବଲ ସ୍ୱର୍ଣ୍ଣ
Anupambharat News Bureau
August 30, 2021


ଟୋକିଓ,୩୦ା୮: ଟୋକିଓ ପାରାଲିମ୍ପିକ୍ସରେ ସୋମବାର ଦିନକରେ ଭାରତକୁ ଡ଼ବଲ ସ୍ୱର୍ଣ୍ଣ ପଦକ ମିଳିଛି । ମହିଳା ବର୍ଗର ‘୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଷ୍ଟାଣ୍ଡିଙ୍ଗ୍‌ ଏସ୍‌ଏଚ୍‌୧’ରେ ପ୍ରଥମ ଭାରତୀୟ ମହିଳା ଭାବେ ଅବନି ଲେଖଡ଼ା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସେହିଭଳି ଜାଭେଲିନ ଥ୍ରୋରେ ସୁମିତ ଅଣ୍ଟିଲ୍‌ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷେ ପୁରୁଷ ଡିସକସ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତ ଯୋଗେଶ କଥୁନିଆ । ମହିଳା ବର୍ଗର ‘୧୦ ମିଟର୍‌ ଏୟାର୍‌ ରାଇଫଲ ଚୂଡ଼ାନ୍ତ ପ୍ରତିଯୋଗିତାରେ ବିଶ୍ୱ ରେକର୍ଡ ସହ ସମତୁଲ ସ୍କୋର୍‌ (ସମୁଦାୟ ୨୪୯.୬) କରି ଲେଖଡ଼ା ଏହି ପଦକ ବିଜୟିନୀ ହୋଇଛନ୍ତ । ଏହା ହେଉଛି ୨୦୧୮ ଡିସେମ୍ବରରେ ବିଶ୍ୱ ରେକର୍ଡ କରିଥିବା ୟୁକ୍ରେନର ଇରିନା ସୁକ୍ତିନ୍‌ଙ୍କ ସମକକ୍ଷ ହୋଇପାରିଛନ୍ତି । ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ୧୯ ବର୍ଷୀୟ ଅବନି ପ୍ରଥମ ଭାରତୀୟ । ଜାଭେଲିନ ଥ୍ରୋରେ ସୁମିତ ଅଣ୍ଟିଲ୍‌ ୬୮.୫୫ ମିଟର ଜାଭେଲିନ ଫିଙ୍ଗି ବିଶ୍ୱ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରତିଯୋଗିତାରେ ଏହା ହେଉଛି ଭାରତର ୨ୟ ସ୍ୱର୍ଣ୍ଣ ପଦକ । ଅଷ୍ଟ୍ରେଲିଆର ମାଇକେଲ ବୁରିଆନ ରୌପ୍ୟ ଓ ଶ୍ରୀଲଙ୍କାର ଦୁଲାନ କୋଡିଥୁଲା ବ୍ରୋଞ୍ଜ ପଦକ ଜିତିଛନ୍ତି । ହରିୟାଣାରଏହି ଖେଳାଳି ପୂର୍ବରୁ ୨୦୧୯ରେ ପାରାଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ । ସେହିଭଳି ଆଜି ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି । ସ୍ୱର୍ଣ୍ଣ ପଦକ ଜିତିଥିବା ଅବନୀ ଲେଖାରା ଓ ସୁମିତ ଅଣ୍ଟିଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ରୌପ୍ୟ ପଦକ ହାତେଇଥିବା ଯୋଗେଶଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଆସିବ ସେପେଫମ୍ବର ଗାଇଡ୍‌ଲାଇନ୍‌:  କଟକଣା ଆହୁରି କୋହଳ ହେବ

ଆଜି ଆସିବ ସେପେଫମ୍ବର ଗାଇଡ୍‌ଲାଇନ୍‌: କଟକଣା ଆହୁରି କୋହଳ ହେବ

Read More...

ହିଞ୍ଜିଳିର ସମସ୍ତ ୫୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ :  ପିଲାଙ୍କୁ ସଫଳ ହେବାକୁ ଶୁଭେଚ୍ଛା ଓ ଆଶୀର୍ବାଦ:ମୁଖ୍ୟମନ୍ତ୍ରୀ

ହିଞ୍ଜିଳିର ସମସ୍ତ ୫୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ : ପିଲାଙ୍କୁ ସଫଳ ହେବାକୁ ଶୁଭେଚ୍ଛା ଓ ଆଶୀର୍ବାଦ:ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page