ଜାମ୍ମୁକାଶ୍ମୀର ମୁହାଁ ଆତଙ୍କବାଦୀ

August 30, 2021, ଦେଶ, , Anupambharat News Bureau


ଜାମ୍ମୁକାଶ୍ମୀର ମୁହାଁ ଆତଙ୍କବାଦୀ
Anupambharat News Bureau
August 30, 2021


ନୂଆଦିଲ୍ଲୀ,୩୦ା୮: ଆଫ୍‌ଗାନିସ୍ଥାନରେ ଆମେରିକା ସମର୍ଥିକ ସେନାକୁ ପରାସ୍ତ କରି ସମଗ୍ର ଦେଶର ଶାସନ କ୍ଷମତା ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଆମେରିକା ବିରୋଧରେ ପରାକ୍ରମ ଦେଖାଇବାରେ ଲାଗିଛି । ଚଳିତ ମାସ ୩୧ ତାରିଖ ଡେଡ୍‌ଲାଇନ ପରବର୍ତ୍ତୀ ଆଫ୍‌ଗାନିସ୍ଥାନ ସ୍ଥିତି କଣ ହେବ ଏନେଇ ଆଶଙ୍କା ଦେଖାଦେଇଥିବା ବେଳେ ଭାରତର ଜାମ୍ମୁ ଓ କାଶ୍ମୀରରେ ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି । ବିଭିନ୍ନ ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ସୁବିଧା ଓ ସୁଯୋଗ ଦେଖି କାଶ୍ମୀର ଉପତ୍ୟାକରେ ଅନୁପ୍ରବେଶ କରୁଥିବା ସାଂଘାତିକ ସୂଚନା ହସ୍ତଗତ ହେବାରେ ଲାଗିଛି । ବିଭିନ୍ନ ଇଣ୍ଟେଲିଜେନ୍ସି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୬ ଗୋଟି ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଅନୁପ୍ରବେଶ କରିଛନ୍ତି । ତେଣୁ କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ ସଂସ୍ଥାମାନେ ଯେଉଁ ପୃଥକ ତଥ୍ୟ ପ୍ରଦାନ କରୁଛନ୍ତି, ଏହାର ତର୍ଜମା କରୁଛନ୍ତି । ସୀମା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୩୦୦ ଆତଙ୍କବାଦୀ ବିଭିନ୍ନ ଶିବିରକୁ ଅକ୍ତିଆରକୁ ନେଇଛନ୍ତି ବୋଲି କହିଛନ୍ତି ଏହାର ଅନୁଧ୍ୟାନ ଆରମ୍ଭ ହୋଇଛି । ଅତିକମ୍‌ରେ ୨୫ରୁ ୩୦ ଆତଙ୍କବାଦୀ ଗତ ମାସ ଠାରୁ ଜାମ୍ମୁକାଶ୍ମୀର ବିଭିନ୍ନ ଆଡ଼ାସ୍ଥଳୀମାନଙ୍କରେ ଲୁଚି ରହିଥିବା ଜଣାପଡିଛି । ଏହା ପୂର୍ବରୁ ଜାମ୍ମୁକାଶ୍ମୀରରେ ଯେଉଁ ଆତଙ୍କବାଦୀମାନେ ରହିଛନ୍ତି, ସେମାନଙ୍କ ଜରିଆରେ ନୂଆ ସଦସ୍ୟମାନେ ଏକତ୍ରିତ ହେଉଛନ୍ତି । ଏହା ବ୍ୟତୀତ ଆଫ୍‌ଗାନିସ୍ଥାନରେ ଆମେରିକା ବିରୋଧରେ ତାଲିବାନକୁ ସହାୟତା କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ କେତେକ ଯୁବକ ଜାମ୍ମୁକାଶ୍ମୀର ମୁହାଁଇଥିବା ସନ୍ଦେହ କରାଯାଉଛି । କେତେକ ଭିଡ଼ଓ ଭାଇରାଲ ହୋଇଥିବା ବେଳେ ଏଥିରୁ ଆଫ୍‌ଗାନିସ୍ଥାନ ସେନାଙ୍କ ସହିତ ଯୁଦ୍ଧ କରି ଉକ୍ତ ଯୁବକମାନେ ଫେରିଥିବା ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ ସେମାନେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଲୁଚି ରହିଥିବା ଜଣାପଡିଛି ।
ସେମାନେ ବାରମ୍ବାର ସୋସିଆଲ ମିଡିଆରେ ସକ୍ରିୟ ରହି ଯୁବକମାନଙ୍କୁ ପ୍ରବର୍ତ୍ତାଉଥିବା ଜଣାପଡିଛି । ଏଭଳି ନେଟ୍‌ୱାର୍କ ବିଛା ଯାଉଥିବା ବେଳେ ଏହା ଜାମ୍ମୁକାଶ୍ମୀର ପୋଲିସର ନିଦ ହଜାଇ ଦେଇଛି । ଗତ ୨ ମାସ ମଧ୍ୟରେ ୬୦ ଜଣ ଯୁବକ ଜାମ୍ମୁକାଶ୍ମୀରରୁ ନିଖୋଜ ଥିବା ଘଟଣା ଅଧିକ ଗୁରୁତର ସହ ନିଆଯାଇ ଏହାର ତଦନ୍ତ ଆରମ୍ଭ ହୋଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ସୋମବାର ପୂର୍ବାହ୍ନରେ ଏଲ୍‌ଓସି ନିକଟସ୍ଥ ପୁଞ୍ଚ୍‌ ଜିଲ୍ଲାରେ ଭାରତୀୟ ସେନା ପକ୍ଷରୁ ଦୁଇଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ପୁଞ୍ଚ୍‌ ସେକଫର ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ ଜବତ ମଧ୍ୟ କରାଯାଇଛି । ଅନ୍ୟ ଆତଙ୍କବାଦୀଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହୋଇଛି ବୋଲି ଜଣେ ସେନାମୁଖପାତ୍ର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ଭାବ୍ୟ ମରୁଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ସାତ ଦିନରେ ସବୁ ଉଠା ଜଳସେଚନ କାର୍ଯ୍ୟକ୍ଷମ ନିର୍ଦ୍ଦେଶ

ସମ୍ଭାବ୍ୟ ମରୁଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ସାତ ଦିନରେ ସବୁ ଉଠା ଜଳସେଚନ କାର୍ଯ୍ୟକ୍ଷମ ନିର୍ଦ୍ଦେଶ

Read More...

ଆଜି ଆସିବ ସେପେଫମ୍ବର ଗାଇଡ୍‌ଲାଇନ୍‌:  କଟକଣା ଆହୁରି କୋହଳ ହେବ

ଆଜି ଆସିବ ସେପେଫମ୍ବର ଗାଇଡ୍‌ଲାଇନ୍‌: କଟକଣା ଆହୁରି କୋହଳ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page