ଟିକାକରଣ ପରେ ବି ୨୦% ଲୋକଙ୍କ ଆଣ୍ଟିବଡି ହେଉନି : ରାଜ୍ୟରେ ଡ଼େଲଫା ଭାରିଏଣ୍ଟ ସକ୍ରିୟ

September 11, 2021, ଓଡ଼ିଶା, , Anupambharat News Bureau


 ଟିକାକରଣ ପରେ ବି ୨୦% ଲୋକଙ୍କ ଆଣ୍ଟିବଡି ହେଉନି : ରାଜ୍ୟରେ ଡ଼େଲଫା ଭାରିଏଣ୍ଟ ସକ୍ରିୟ
Anupambharat News Bureau
September 11, 2021


ଭୁବନେଶ୍ୱର, ୧୧ା୯(ଅନୁପମ ମିଡ଼ିଆ): ଡବଲ୍‌ ଡୋଜ୍‌ ଟିକା ନେଲା ପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଅନୁଧ୍ୟାନ ଚାଲିଛି । ତେବେ ସମାନ କମ୍ପାନୀର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ବୋଲି ଆଇଏଲ୍‌ ଏସ୍‌ ନିର୍ଦ୍ଦେଶକ ଡକଫର ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଗଷ୍ଟରୁ ସେପେଫଫମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬ଶହ ସାମ୍ପଲକୁ ଜେନମ ସିକେ ୍ୱନ୍ସିଂ କରାଯାଇଥିଲା । ସେଥିରୁ ୪୨୫ ଡ଼େଲଫା ଭାରିଏଣ୍ଟ ବାହାରିଥିଲା, ବାକି ସାମ୍ପଲ ଅନ୍ୟ ଭାରିଏଣ୍ଟର । ତେବେ କୌଣସି ନୂଆ ମୁ୍ୟଟେସନ ଚିହ୍ନଟ ହୋଇନି । ଅଧିକ ସାମ୍ପଲର ଜେନମ ସିକେ ୍ୱନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସାମ୍ପଲ ଜେନାମ ସିକେ ୍ୱନ୍ସିଂ ହୋଇଛି ।
ଆଇଏଲ୍‌ ଏସ୍‌ ନିର୍ଦେଶକ ଆହୁରି ମଧ୍ୟ କହିଛନ୍ତି, ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ଏଣୁ ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ତା ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି । କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ।ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ସମାଗମ ହେଉଛି, ଯେଉଁଥିପାଇଁ ପଜିଟିଭ ସଂଖ୍ୟା ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା । ଏବେ ୨୦୦ରୁ ୩୦୦ ଭିତରେ ରହୁଛି । ହଜାରରୁ ୩୦୦କୁ କମ ସମୟରେ ଖସିଥାଏ । କି;ୁ ୩୦୦ରୁ କମ୍‌ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇସ୍ତଫା ଦେଲେ ବିଜୟ ରୁପାଣୀ

ଇସ୍ତଫା ଦେଲେ ବିଜୟ ରୁପାଣୀ

Read More...

ନୂଆଖାଇରେ ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

ନୂଆଖାଇରେ ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page