ଟିକାର ବୁଷ୍ଟର ଉପରେ ନିଷ୍ପତ୍ତି ହୋଇନି

September 16, 2021, ଦେଶ, , Anupambharat News Bureau


ଟିକାର ବୁଷ୍ଟର ଉପରେ ନିଷ୍ପତ୍ତି ହୋଇନି
Anupambharat News Bureau
September 16, 2021


ନୂଆଦିଲ୍ଲୀ,୧୬ା୯:କରୋନା ମହାମାରୀ ରୋଗରୁ ଦେଶବାସୀଙ୍କୁ ମୁକ୍ତ କରିବା ପାଇଁ ବ୍ୟକ୍ତିର ଶାରିରୀକ ସାମର୍ଥ୍ୟକୁ ବୃଦ୍ଧି କରିବାରେ ଟିକାକରଣ ଅଭିଯାନ ବ୍ୟାପକ ହୋଇଛି । ତେବେ ଏହାକୁ ଅଧିକ ମାତ୍ରାରେ ପୁଣି ସହାୟକ ହେବା ଉଦ୍ଦେଶ୍ୟରେ ବୁଷ୍ଟର ଡୋଜ୍‌ ପ୍ରଦାନ ଦିଗରେ ଯେଉଁ ବ୍ୟବସ୍ଥା ରହିଛି, ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି କରାଯାଇନାହିଁ । ଲୋକମାନଙ୍କୁ କରୋନା ଟିକାର ଉଭୟ ମାତ୍ରା ଦେବା ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବୁଷ୍ଟର ଡୋଜ୍‌ କଥା ଏବେ ଉଭୟ ବୈଜ୍ଞାନିକ ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଚର୍ଚ୍ଚାର ପରିଧିକୁ ଆସିନାହିଁ । ଏବେ କେବଳ ଦୁଇଟି ଡୋଜ୍‌ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । କିଛି ଦିନ ତଳେ ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ ଉଭୟ କୋଭିସିଲଡ୍‌ ଓ କୋଭାକ୍ସିନ ନେବାର ତିନିରୁ ଚାରି ମାସ ପରେ ଲୋକମାନଙ୍କ ଶରୀରରୁ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ହ ୍ରାସ ପାଉଛି । ଏହା ପରେ ବୁଷ୍ଟର ଡୋଜର ଆବଶ୍ୟକତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭାର୍ଗବ କହିଛନ୍ତି ଯେ, କେରଳ ସମେତ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । ତେବେ ପାର୍ବଣ ଋତୁ ଚାଲିଥିବାରୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଲୋକମାନେ ଟିକା ନେବା ସହ ସତର୍କ ରହି ପର୍ବପର୍ବାଣୀ ପାଳନ କର;ୁ । ଏହା ସହିତ ଅତି ଆବଶ୍ୟକ ପଡ଼ିଲେ ହିଁ ଯାତ୍ରା କର;ୁ ବୋଲି ସେ ପରାମର୍ଶ ଦେଇଛନ୍ତି ।ତେବେ ଗତ ୨୪ ଘଣ୍ଟାରେ ଭାରତରେ ପୁଣି ୪୩୧ ରୋଗୀଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ସମୁଦାୟ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱକୁ ଟପିଛି । ସୂଚନାଯେ, ଗତ ୨୪ ଘଣ୍ଟାରେ ୩୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମଣର ଶିକାର ହୋଇଛନ୍ତି, ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୩ ଲକ୍ଷ ୪୭ ହଜାରରୁ ଉର୍ଦ୍ଧ୍ୱକୁ ଅତିକ୍ରମ କରିଛି । ବାସ୍ତବିକ ସାମାନ୍ୟ ନିୟନ୍ତ୍ରଣ ହୋଇଥିଲେ ମଧ୍ୟ ମହାମାରୀ ଦୀର୍ଘମିଆଦି ହେବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣର ମାତ୍ରା ବର୍ଦ୍ଧିତ ଗତିରେ ରହିଛି । ଅନ୍ୟ କେତେକ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ହେଉଥିବା ବେଳେ ଲକ୍‌ଡ଼ାଉନ୍‌ ନିୟମାବଳୀ କୋହଳ ମଧ୍ୟ ହେଉଛି । ବାସ୍ତବିକ ସୁସ୍ଥ ସଂଖ୍ୟାରେ ମଧ୍ୟ ଉନ୍ନତି ଘଟିଛି, କିନ୍ତୁ ସଂକ୍ରମଣ ବିଗତ ରିପୋର୍ଟ ଅନୁଯାୟୀ ୧୨.୪ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ନୂଆ ରିପୋର୍ଟରୁ ଜଣାପଡିଛି । ଚଳିତ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଅଭିଯାନକୁ ଅଧିକ ବ୍ୟାପକ କରାଇବା ପାଇଁ ଯୋଜନା ହୋଇଛି । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱସ୍ତରରେ
ଭାରତୀୟ ଟିକା ଯୋଗାଣ ଉପରେ ପ୍ରାଧାନ୍ୟତା
ଦିଆଯାଇଛି । କୋଭିସିଲï କୋଭାକ୍ସିନ ଟିକା ବହୁମାତ୍ରାରେ ଭାରତୀୟମାନଙ୍କୁ ପ୍ରୟୋଗ କରାଯାଇଛି । କେତେକ କ୍ଷେତ୍ରରେ ଦୁଇ ପର୍ଯ୍ୟାୟ ଡୋଜ୍‌ ସମ୍ପାଦନ ହୋଇଥିବା ବେଳେ ଅନ୍ୟକେତକ କ୍ଷେତ୍ରରେ ଟିକା ଡୋଜ୍‌ ସମ୍ପାଦନ ହୋଇପାରିନାହିଁ । ଇତିମଧ୍ୟରେ ଟିକା ବୟସ୍କ, ଯୁବକମାନଙ୍କୁ ଦିଆଯାଉଥିବା ବେଳେ ଶିଶୁମାନଙ୍କୁ ଟିକା ଆରମ୍ଭ କରାଯାଇନାହିଁ । ଟିକା ଗ୍ରହଣ କରିଥିବା ମହିଳାମାନଙ୍କ ମାସିକ ଋତୁସ୍ରାବ ପରିବର୍ତ୍ତନ ହୋଇପାରେ ବୋଲି ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି । ଲଣ୍ଡନସ୍ଥିତ ଇମ୍ପେରିଆଲ କଲେଜରେ ଯେଉଁ ସର୍ବେକ୍ଷଣ କରାଯାଇଛି, ଏଥିରେ କୋଭିଡ଼-୧୯ ଟିକାକରଣର ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ଉଲ୍ଲେଖ ହୋଇଛି । ଯେଉଁଥିରେ କି ନିହାତି ମାସିକ ଋତୁସ୍ରାବ ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି । ତେବେ ଏ ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ଟିକା ଗ୍ରହଣ କରିଥିବା ବ୍ୟକ୍ତି ଏବଂ ଟିକା ଗ୍ରହଣ କରିନଥିବା ବ୍ୟକ୍ତିଙ୍କ ମଧ୍ୟରେ ତୁଳନାରେ କରି ସ୍ଥିତିର ବାସ୍ତବ ରୂପ ଜାଣିବା ଆବଶ୍ୟକତା ରହିଛି ବୋଲି ଜଣେ ବିଶେଷଜ୍ଞ ଭିକେଫାରିଆ ମାଲେ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଥନୀତି ଅଭିବୃଦ୍ଧି ଆଡ଼କୁ ବଢ଼ୁଛି: ମୁଖ୍ୟମନ୍ତ୍ରୀ

ଅର୍ଥନୀତି ଅଭିବୃଦ୍ଧି ଆଡ଼କୁ ବଢ଼ୁଛି: ମୁଖ୍ୟମନ୍ତ୍ରୀ

Read More...

‘ଆର୍ଶୀବାଦ’ ବନ୍ଦ : ବିରୋଧୀଙ୍କ ଟାର୍ଗେଟରେ ସରକାର

‘ଆର୍ଶୀବାଦ’ ବନ୍ଦ : ବିରୋଧୀଙ୍କ ଟାର୍ଗେଟରେ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page