ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

May 24, 2019, ଓଡ଼ିଶା, , Anupambharat News Bureau


ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ
Anupambharat News Bureau
May 24, 2019

ବଲାଙ୍ଗୀର,୨୪ ।୫(ଅନୁପମ ମିଡ଼ିଆ): ବଲାଙ୍ଗୀର ବିଧାନସଭା ମଣ୍ଡଳୀର ହୋଇଥିବା ବିଧାନସଭା ମଣ୍ଡଳୀର ଇତି ମଧ୍ୟରେ ଫଳାଫଳ ଘୋଷଣା ହୋଇଯାଇଛି । ଘୋଷଣାର ଶେଷ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିଜୟ ଲାଭ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂ ଦେଓଙ୍କୁ ୫୦୦୦ ରୁ ଊର୍ଦ୍ଧ୍ୱ ଭୋଟରୁ ବିଜୟ ଲାଭ କରିଛନ୍ତି ।
ଏହା ଆଗରୁ ମଧ୍ୟ ଶ୍ରୀ ମିଶ୍ର ୨୦୧୪ ମସିହାରେ ବିଜୟ ଲାଭ କରିଥିଲେ । ତାଙ୍କ ଅବଧିର ୫ ବର୍ଷ ଭିତରେ ରାସ୍ତାଘାଟ, ମେଡିକାଲ କଲେଜ ତିଆରି, ପାନୀୟ ଜଳର ବ୍ୟବସ୍ଥା କରିଥିଲେ । ସେ ଗାଁ ଠୁ ସହର ବିଭିନ୍ନ ସମସ୍ୟାରେ ଜଡିତ ହୋଇ ସମାଧାନ କରୁଛନ୍ତି । ଲୋକଙ୍କର ସହିତ ସୁଖଦୁଃଖର ସାଥୀ ହୋଇଛନ୍ତି । ତାଙ୍କର କାମକୁ ଦେଖି ଲୋକେ ମତଦାନ ପ୍ରଦାନ କରିଛନ୍ତି । ତାଙ୍କ ଥିବା ସମୟରେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରହିଥିଲା । ବିଜୟ ଲାଭ କଲାପରେ ଶ୍ରୀ ମିଶ୍ର କହନ୍ତି, ଏ ବିଜୟ ମୋର ବିଜୟ ନୁହେଁ, ଏ ବିଜୟ ବଲାଙ୍ଗୀରବାସୀଙ୍କର ବିଜୟ । ସେପଟେ ଲୋଇସିଂହା (୬୮) ବିଧାନସଭା ମଣ୍ଡଳୀର ପ୍ରଥମ କରି ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟଲାଭ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡି ପ୍ରାର୍ଥୀ ପ୍ରଦିପ୍ତ ବେହେରାଙ୍କୁ ଶେଷ ୩୩ ରାଉଣ୍ଡରେ ୧୭୦୦୦ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରୁ ବୈଜ୍ଞାନିକ ଭାବରେ ଚାକିରି କରୁଥିଲେ । ସେ ନିର୍ବାଚନ ଲଢିବା ଆଶାରେ ଚାକିରୀ ଛାଡି ବିଜେପିରେ ଯୋଗଦାନ ଦେଇଥିଲେ । ତାଙ୍କର ଭଦ୍ର ବ୍ୟବହାର କାମ କରିବାର, ମନୋଭାବ ଥିବା ଦେଖି ଲୋକେ ମତଦାନ ସାବ୍ୟସ୍ତ କରିଛନ୍ତି । ସେ ଲୋଇସିଂହା ଅଞ୍ଚଳର ବିକାଶ କରିବି ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଏବଂ ଗଣମାଧ୍ୟମକୁ ଜଣେଇଛନ୍ତି ଯେ, ଏ ବିଜୟ ଅଞ୍ଚଳବାସୀଙ୍କ ବିଜୟ ବୋଲି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

Read More...

ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page