ପ୍ରଚଳିତ ହେଲା ଗଜପତିଙ୍କ ୬୪ ଅଙ୍କ: ଶ୍ରୀନଅରରେ ସୁନିଆଁ ପର୍ବ

September 18, 2021, ଓଡ଼ିଶା, , Anupambharat News Bureau


ପ୍ରଚଳିତ ହେଲା ଗଜପତିଙ୍କ ୬୪ ଅଙ୍କ: ଶ୍ରୀନଅରରେ ସୁନିଆଁ ପର୍ବ
Anupambharat News Bureau
September 18, 2021


ପୁରୀ,୧୮ା୯(ଅନୁପମ ମିଡ଼ିଆ):ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ୬୪ଅଙ୍କ ଆରମ୍ଭ ହୋଇଛି । ଆଜିଠାରୁ ପ୍ରଚଳିତ ହୋଇଛି ୧୪୨୯ ଶାଲ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ୬୪ ଅଙ୍କ । ଭାଦ୍ରବ ଶୁକ୍ଳ ଏକାଦଶୀ ତିଥିରେ ପାରମ୍ପରିକ ମତେ ଶ୍ରୀନଅରରେ ସୁନିଆଁ ପର୍ବ ପାଳିତ ହୋଇଛି । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ କନକଦୁର୍ଗା ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୁର୍ଗା, ଶ୍ୟାମାକାଳୀ,ରାଧାକୃଷ୍ଣ ଓ ନୃସିଂହ ଆଦି ଦେବାଦେବୀଙ୍କୁ ଗଜପତି ପୂଜାର୍ଚ୍ଚନା କରିଥିଲେ । ଦେବାର୍ଚ୍ଚନା ଭାବରେ ପରିଚିତ ଗଜପତିଙ୍କ ଏହି ପୂଜା ପରେ ଶ୍ରୀନଅରରେ ଆରମ୍ଭ ହୋଇଥିଲା ସୁନିଆଁ ପର୍ବ । ରାଜଗୁରୁ ମଙ୍ଗଳାର୍ପଣ କରିବା ପରେ ଛାମୁ କରଣ, ଖୋର୍ଦ୍ଧାର ବିନ୍ଧାଣୀ ବର୍ଗ ଓ ପୌଜାର ପୂଜାମଣ୍ଡପଠାରୁ ଅବିଧ ନେଇ ଅଙ୍କ କାଟିଥିଲେ ।
ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରାର ପ୍ରଚଳନ କରାଯାଇଥିଲା । ଏହାପରେ ଗଜପତି ଦିବ୍ୟସିଂହ ଦେବଙ୍କୁ ଆଶୀର୍ବାଦ ଓ ଭେଟି ପ୍ରଦାନ କରାଯାଇଥିଲା । ଗଜପତିଙ୍କ ଉପରେ ବ୍ରାହ୍ମଣ ଓ ରାଜଗୁରୁ ଆଶୀର୍ବାଦ ପୂର୍ବକ ଅକ୍ଷତ ଚାଉଳ ପକାଇଥିଲେ । ଛାମୁକରଣ, ତଢାଉକରଣ, ଦେଉଳକରଣ ଓ ରାଜ କର୍ମଚାରୀମାନଙ୍କ ପକ୍ଷରୁ ଗଜପତିଙ୍କୁ ସୁନିଆଁ ଭେଟି ଅର୍ପଣ କରାଯାଇଥିଲା । ଏହି ରାଜକୀୟ ଉତ୍ସବରେ ଷୋଳ ଶାସନ ଓ ବତିଶ କରବାଡର ବ୍ରାହ୍ମଣ, ବିଭିନ୍ନ ମଠର ମଠାଧୀଶ ମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>

Read More...

୧୨ ଜିଲ୍ଲାରେ ବର୍ଷିବ

୧୨ ଜିଲ୍ଲାରେ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page